Latest Odisha News

ଶନିବାର ହାଇକୋର୍ଟ ବାର୍ ଆସୋସିଏସନ ନିର୍ବାଚନ

କଟକ :  ଶନିବାର ହାଇକୋର୍ଟ ବାର୍ ଆସୋସିଏସନ ନିର୍ବାଚନ ହେବ । ସକାଳ ୮ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଭୋଟ ଚାଲିବ । ୩ଟାରେ ଭୋଟ୍‌ ଗ୍ରହଣ ଶେଷ ହେବାପରେ ୪ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବ ।ଚଳିତ ଥର ହାଇକୋର୍ଟ ବାର ଆସୋସିଏସନ ବିଭିନ୍ନ ପଦବୀ ପାଇଁ ମୋଟ୍ ୩୬ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି ।

୪ ହଜାର ୩ଶହ ୯୮ ଜଣ ଭୋଟର ଏହି ପ୍ରାର୍ଥୀଙ୍କ ଭାଗ ନିର୍ଦ୍ଧାରଣ କରିବେ ।ଏଥର ବାର ଆସୋସିଏସନ ଭୋଟିଂ ପକ୍ରିୟା ଠାରୁ ଆରମ୍ଭ କରି ଗଣତି ପକ୍ରିୟା ସିଧାପ୍ରସାରଣ କରାଯିବା ନେଇ ବାର ଆସୋସିଏସନ୍ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।ବାର ଆସୋସିଏସନ ନିର୍ବାଚନ ପାଇଁ୮୦ ଜଣ ସହକାରୀ ଅଧିକାରୀ ନିଯୁକ୍ତି ହୋଇଛନ୍ତି । ସେହିପରି ନିର୍ବାଚନ ଡ୍ୟୁଟି ସମ୍ପାଦନ ଲାଗି ୩୦ ଜଣ କର୍ମଚାରୀ ନିଯୁକ୍ତି ହୋଇଛନ୍ତି ।

Comments are closed.