Latest Odisha News

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ମାମଲା: ଜବାବ ଦାଖଲ ରାଜ୍ୟ ସରକାର

କଟକ: ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା । ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ । ମାମଲାରେ ସିବିଆଇ ତଦନ୍ତ କାହିଁକି ହେଉନି ସେନେଇ ଜବାବ ଲୋଡିଲେ ହାଇକୋର୍ଟ । ତଦନ୍ତର ଅଗ୍ରଗତି ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ ।

ମଙ୍ଗଳବାର ସୁଦ୍ଧା ଜବାବ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଆସନ୍ତା ମଙ୍ଗଳବାର ହେବ ମାମଲାର ପରବର୍ତ୍ତୀ ଶୁଣାଣି । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ ହୋଇଥିଲା । ତଦନ୍ତର ଅଗ୍ରଗତି ନେଇ ଜବାବ ଦାଖଲ କରିଥିଲେ ରାଜ୍ୟ ସରକାର । ତେବେ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ପିଟିସନ କରିଥିଲେ ଚିନ୍ମୟୀଙ୍କ ପରିବାର ।

୨୦୨୩ ମସିହା ଫେବୃୟାରୀ ୨୮ ତାରିଖରେ ଘଟିଥିଲା ଘଟଣା । ହୀରାକୁଦ ପାୱାର ଚାନେଲରେ ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତଦେହ ମିଳିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା ଜୋର ଧରିଥିଲା। ମୃତଦେହରେ ଥିବା କେତେକ ଆଘାତ ଚିହ୍ନ ଏବଂ ପାରିପାର୍ଶ୍ଵିକ ସ୍ଥିତିକୁ ଆଧାର କରି ହତ୍ୟା ମାମଲା ରୁଜୁ କରିବାକୁ ଚିନ୍ମୟୀଙ୍କ ପରିବାର ପକ୍ଷରୁ ଦାବି ଜୋର ଧରିଥିଲା। ଅନ୍ୟପଟେ ଏହା ଆତ୍ମହତ୍ୟା ବୋଲି ପୁଲିସ କହିବା ପରେ ଚିନ୍ମୟୀଙ୍କ ମା’ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Leave A Reply

Your email address will not be published.