Latest Odisha News

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଏଥର ଦୁର୍ଗାପୂଜାରେ ରାସ୍ତା ଉପରେ ହେବନି ତୋରଣ

କଟକ: ଏଥର ଦୁର୍ଗାପୂଜାରେ ରାସ୍ତା ଉପରେ ହେବନି ତୋରଣ । ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କରିଛନ୍ତି ହାଇକୋର୍ଟ । ଏଥିସହ ରାସ୍ତା ଉପରୁ କେବୁଲ ଓ ତାର ହଟାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସେହିପରି କଟକ ସହରର ରାସ୍ତାଘାଟ ଅବସ୍ଥାକୁ ଅସନ୍ତୋଷ ପ୍ରକାଶ କରିବା ସହ ଶବ୍ଦ ପ୍ରଦୂଷଣ ରୋକିବା ଲାଗି ଡିଜେ ନବଜାଇବା, ବିଦ୍ୟୁତ ତାର ରାସ୍ତା ଉପରେ ନପକେଇବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ଆସନ୍ତା ୫ ତାରିଖ ସୁଦ୍ଧା ସବୁ ରାସ୍ତାର ମରାମତି କାମ ସାରିବାକୁ ପୂର୍ତ୍ତ ସଚିବଙ୍କୁ ହାଇକୋର୍ଟଙ୍କୁ ପ୍ରତିଶୃତି ଦେଇଛନ୍ତି । ବିଭାଗୀୟ ଅଧିକାରୀମାନଙ୍କୁ ସବୁ କାର୍ଯ୍ୟ ସଠିକ ଭାବେ ପାଳନ କରିବା ପାଇଁ କୋର୍ଟ ତାଗିଦ କରିଛନ୍ତି । ଏଥିସହ ନର୍ସ ଆନ୍ଦୋଳନ ପ୍ରସଙ୍ଗରେ ଆପୋଷ ଆଲୋଚନା କରି ଶୀଘ୍ର ସମାଧାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୩ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।

 

Leave A Reply

Your email address will not be published.