Latest Odisha News

BREAKING NEWS

ଆଜି ଓଡ଼ିଶା ଆସୁଛନ୍ତି ଦୁଇ ଜାତୀୟ ଦଳର ହେଭିୱେଟ୍‌ ନେତା

ଭୁବନେଶ୍ବର: ବର୍ତମାନ ଚଳିତ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ରହିଛି । ରବିବାର ତଥା ଆଜି ଓଡ଼ିଶା ଆସୁଛନ୍ତି  କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ।ରବିବାର ଓଡ଼ିଶାରେ ହାଇଭୋଲଟେଜ୍ ପ୍ରଚାର ଦେଖିବାକୁ ମିଳିବ। ଏହି ଦୁଇ ହେଭିୱେଟ୍‌ଙ୍କ ଗସ୍ତକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ଶିବିର ଚଳଚଞ୍ଚଳ ହୋଇଉଠିଛି।ରବିବାର ଦିନିକଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।ସେ କଟକ ସାଲେପୁରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ତମ ଜୟନ୍ତୀ ଅବସରରେ ଆୟୋଜିତ ନ୍ୟାୟ ସମାବେଶକୁ ସମ୍ବୋଧିତ କରିବେ। ସକାଳ ୧୧ଟା ୩୦ରେ ସେ ଭୁବନେଶ୍ବରର ବିମାନ ବନ୍ଦରରେ ପହଞ୍ଚି ସେଠାରୁ ହେଲିକପ୍ଟର ଯୋଗେ ଦିନ ୧୨ଟାରେ କଟକ ସତ୍ୟଭାମାପୁର ଯିବେ ।

ରାହୁଲ ଗାନ୍ଧୀ ସାଲେପୁରରେ କଂଗ୍ରେସ କର୍ମୀ ଓ ନେତାଙ୍କ ସହ ସାଧାରଣ ଜନତାଙ୍କୁ ନିର୍ବାଚନ ଉପଲକ୍ଷେ ଗୁରୁମନ୍ତ୍ର ଦେବେ । ରାହୁଲ ଙ୍କ ଗସ୍ତକୁ ନେଇ କଂଗ୍ରେସ ଭବନରେ ଏହି ଉପଲକ୍ଷେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀ ରେ ତେଲେଙ୍ଗାନାର ଉପମୁଖ୍ୟମନ୍ତ୍ରୀ ଏମ୍‌.ଭି ବିକ୍ରମାକା କହିଛନ୍ତି ଓଡ଼ିଶାର ଗର୍ବ ଓ ଗୌରବ ହେଉଛନ୍ତି ମଧୁ ବାବୁ । ତାଙ୍କ ଜୟନ୍ତୀକୁ ଓଡ଼ିଶାବାସୀ ସ୍ବାଭିମାନ ଦିବସ ରୂପେ ପାଳନ କରିଥାନ୍ତି। ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ରବିବାର ଅପରାହ୍ନ ୪ଟା ୩୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ସ୍ୱତନ୍ତ୍ର ବିମାନରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ ଯିବେ। ସାଢ଼େ ୫ଟାରେ ଆମ୍ବପୁଆ ଠାରେ ସାଧାରଣ ସଭାରେ ଯୋଗଦେଇ ଦଳୀୟ ବିଧାୟକ ଓ ସାଂସଦ ମାନଙ୍କ ପାଇଁ ପ୍ରଚାର କରିବେ । ପରେ ସଂଧ୍ୟା ୬ଟା ୪୫ରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେବେ। ଏହି ବୈଠକରେ କାର୍ଯ୍ୟକର୍ତା ମାନଙ୍କୁ ନେଇ  ଜେ.ପି ନଡ୍ଡା ବୈଠକ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.