Latest Odisha News

ରାଜ୍ୟରେ ଆରମ୍ଭ ହୋଇଛି ଇ-ଲେକଚର ବ୍ୟବସ୍ଥା: ୧୧ଟି ପାଠ୍ୟକ୍ରମ ଅପଲୋଡ

ଭୁବନେଶ୍ବର: ପିଲାଙ୍କ ପାଇଁ ନୂଆ ନୂଆ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର। ସ୍ମାର୍ଟ ସ୍କୁଲ ଓ କଲେଜ ପରେ ଏବେ ଆରମ୍ଭ ହୋଇଛି ଇ-ଲେକଚର ବ୍ୟବସ୍ଥା । ଉଚ୍ଚଶିକ୍ଷା ସଂସ୍କାରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏଣିକି ଘରେ ବସି ପିଲା ସେମିଷ୍ଟାର୍ ଓ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ।

ଏହାକୁ ଉତ୍କଳ ବିଶ୍ଵବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଛି। କଲେଜ ଓ ବିଶ୍ଵବିଦ୍ୟାଳୟର ୧୧ଟି ବିଷୟବସ୍ତୁ ଅପଲୋଡ କରାଯାଇଛି। ଭର୍ଚୁଆଲ ପ୍ଲାଟଫର୍ମରେ ସୁବିଧା ନେବାକୁ ଉଚ୍ଚଶିକ୍ଷା ସ୍ୱତନ୍ତ୍ର ସଚିବଙ୍କ ପକ୍ଷରୁ ସବୁ କଲେଜ ଓ ବିଶ୍ଵବିଦ୍ୟାଳୟକୁ ଚିଠି କରାଯାଇଛି। https://vtputkal.odisha.gov.in ୱେବସାଇଟରେ ସବୁ ତଥ୍ୟ ଉପଲବ୍ଧ କରାଯାଇଛି। ଏହି ଲିଙ୍କରେ କ୍ଲିକ କଲେ ୪ଟି ସେମିଷ୍ଟାରର କୋର୍ସ ପଢି ହେବ। ଫିଜିକ୍ସ, କେମେଷ୍ଟ୍ରି, ବଟାନି, ଜୁଲୋଜି, ପଲିଟିକାଲ ସାଇନ୍ସ, ଓଡ଼ିଆ, ଇତିହାସ, ଇଂରାଜୀ, ସାଇକୋଲୋଜି, ବାଣିଜ୍ୟ ଓ ଇକୋନୋମିକ୍ସ ପରି ୧୧ଟି କଲେଜ ଓ ବିଶ୍ଵବିଦ୍ୟାଳୟସ୍ତରୀୟ ପାଠ୍ୟକ୍ରମ ଏହି ପୋର୍ଟାଲରେ ଅପଲୋଡ଼ ଯାଇଛି। ରୁଷା ଓ ଓଡ଼ିଶା ସରକାରଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବା ।

Comments are closed.