Latest Odisha News

BREAKING NEWS

ଭୁବନେଶ୍ୱରରୁ ପୁଣି ୫୧୫ ପଜିଟିଭ ଚିହ୍ନଟ, ୧୦ ହଜାର ଟପିଲା ସଂକ୍ରମିତ ସଂଖ୍ୟା

ଭୁବନେଶ୍ୱର: ଗତ ୨୪ ଘଂଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରୁ ପୁଣି ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୬୭ ୱାର୍ଡରୁ ୫୧୫ ପଜିଟିଭ ବାହାରିଛନ୍ତି । ଏଥିସହ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଟପିଛି । ଏନେଇ ବିଏମସି ସୂଚନା ଦେଇଛି ।

ଗତ ୨୪ ଘଣ୍ଟାରେ ବିଏମସିର ୪୬ ନମ୍ବର ୱାର୍ଡରୁ ସର୍ବାଧିକ ୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୱାର୍ଡ ନମ୍ବର ୨୭, ୪୦ରୁ ୨୯ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ୨ ନମ୍ବର ୱାର୍ଡରେ ସର୍ବାଧିକ ୧୩୯ଟି ସକ୍ରିୟ ସଂକ୍ରମିତ ମାମଲା ରହିଛି । ଗତ ୨୪ ଘଣ୍ଟାରେ ରାଜଧାନୀରୁ ୨୯୭ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ଜଣାପଡ଼ିଛି । ଏଥିସହ ଜଣଙ୍କ ମୃତ୍ୟୁ ହୋଇଛି ।

ରାଜଧାନୀରେ ଏଯାବତ୍ ୧୦ ହଜାର ୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ ହଜାର ୬୧ ଜଣ ସୁସ୍ଥ ହୋଇଛନ୍ତି । ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ୩ ହଜାର ୯୧୦ଟି ସକ୍ରିୟ କେସ୍ ରହିଛି ।

Leave A Reply

Your email address will not be published.