Latest Odisha News

BREAKING NEWS

ଦୂତି-ହିମାଙ୍କ ମଧ୍ୟରେ ମୁକାବିଲା ହେଲାନି: ୧୦୦ ମିଟରରେ ଦୂତି, ୨୦୦ରେ ହିମାଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ୱର: ପଟିଆଲାରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁପ୍ରି ଆଥଲେଟିକ୍ସ ମିଟ ୨ରେ ଓଡିଶାର ଦୂତି ଚାନ୍ଦ ଓ ଆସାମର ହିମା ଦାସଙ୍କ ମଧ୍ୟରେ ହେବାକୁ ଥିବା ମୁକାବିଲାକୁ ସମସ୍ତେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥିଲେ । ମାତ୍ର ୧୦୦ମିଟରରେ ହିମା ଶେଷ ମୂହର୍ତରେ ଓହରି ଯାଇଥିଲେ । ଗୁରୁବାର ୧୦୦ ମିଟର ରେସରେ ଦୂତି ଚାନ୍ଦ ଏବଂ ୨୦୦ ମିଟରରେ ହିମା ଜିତିଥିଲେ ମଧ୍ୟ ଅଲିମ୍ପିକ କ୍ୱାଲିଫାଇଂ ମାର୍କ ଛୁଇଁ ପାରି ନ ଥିଲେ ।

ଦୂତି ୧୧.୪୪ ସେକେଣ୍ଡରେ ରେସ୍ ସମ୍ପୂର୍ଣ୍ଣ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ । ପ୍ରଥମ ଲେଗରେ ସେ ୧୧.୫୧ ସେକେଣ୍ଡରେ ରେସ୍ ସମ୍ପୂର୍ଣ୍ଣ କରିଥିଲେ । ଅଲିମ୍ପିକ୍ସ କ୍ୱାଲିଫାଇଂ ମାର୍କ ୧୧.୧୫ ସେକେଣ୍ଡ ରହିଛି । ହିମା ୨୦୦ ମିଟରରେ ୨୩.୩୧ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ହାସଲ କରିଥିଲେ । ଏହି ବିଭାଗରେ ଅଲିମ୍ପିକ ମାର୍କ ୨୨.୮୦ ରହିଛି ।

Leave A Reply

Your email address will not be published.