ସିମଲା: ଆଉ ଦୁଇ ସପ୍ତାହ ରହିଲା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ । ବିଧାନସଭାର ସମସ୍ତ ଆସନ ପାଇଁ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ତାରିଖ ସରିଯାଇଛି । ତେବେ କିଛି ଆସନରେ ବିଜେପି ଏବଂ କଂଗ୍ରେସର ବିଦ୍ରୋହୀ ବିଧାୟକ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ବେଳେ ଆଉ କିଛି ଆସନରେ ସେମାନେ ସ୍ବାଧୀନ ଭାବେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି । 92 ଜଣ ପ୍ରାର୍ଥୀ ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଛନ୍ତି । ବାକି 413 ପ୍ରାର୍ଥୀ ନିର୍ବାଚନ ମଇଦାନରେ ଭୋଟ ପାଇଁ ପ୍ରଚାର କରିବେ । ଚଳିତ ବର୍ଷ ବିଜେପି ସରକାର ଗଠନ କରିବାକୁ ଦାବି ପୁଣି କରୁଥିବା ବେଳେ କଂଗ୍ରେସ ମଧ୍ୟ ସରକାରକୁ ଫେରିବାକୁ ଆଶା ରଖିଛି । ତେବେ କିଏ ବାଜି ମାରିବ ତାକୁ ନେଇ ଭିନ୍ନ ଭିନ୍ନ ମତ ମିଳୁଛି ।
ରାଜ୍ୟରେ କଂଗ୍ରେସ ଏବଂ ବିଜେପି ଦଳର ପ୍ରଚାର ବିଗୁଲ ଏବେ ପ୍ରାର୍ଥୀଙ୍କୁ ନେଇ ଜୋରସୋରରେ ଚାଲିଛି । ଆସନ୍ତାମାସ ୧୨ ତାରିଖରେ ସେଠାରେ ମତଦାନ ହେବାପାଇଁ ସବୁ ଦଳ ପ୍ରାଣପଣେ ଲାଗିପଡିଛନ୍ତି। ବିଜେପି ସେଠାରେ ପୁଣି ସରକାର ଗଠନ କରିବ ବୋଲି କହୁଥିବା ବେଳେ କଂଗ୍ରେସ କିନ୍ତୁ ସରକାର ଗଠନ କରିବାକୁ ଦାବି କରୁଛି । ବିଜେପି ସଭାପତି ଜେପି ନଡ୍ଡା ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି ଯେ ବିଜେପି କ୍ୟାଡର ଭିତ୍ତିକ ଦଳ । ବିକାଶକୁ ମୁଦ୍ଦା କରି ବିଜେପି ନିର୍ବାଚନ ମଇଦାନକୁ ଓହ୍ଲାଇଛି ।
#WATCH | Shimla, HP | BJP is a cadre & ideological-based party. We get everyone's support. Development is our issue & a vision document will be released in a few days: BJP national president JP Nadda
Assembly polling in HP will be held on 12th November;Counting on 8th December pic.twitter.com/oix0T4SFfI
— ANI (@ANI) October 29, 2022
ଆଗୁଆ ନିର୍ବାଚନ ହେଉଥିବା ବେଳେ ଫଳାଫଳ ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବ । ହିମାଚଳ ପ୍ରଦେଶରେ ସର୍ବମୋଟ ୫୫ ଲକ୍ଷ ୯୨ ହଜାର ୮୨୮ ଜଣ ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ। ନିର୍ବାଚନ ପ୍ରଚାର ରାଜ୍ୟରେ ସରଗରମ ହୋଇଛି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ପାର୍ଟି ବିଜେପି ପକ୍ଷରୁ ପ୍ରଚାରର ମଙ୍ଗ ଧରିଛନ୍ତି। ହିମାଚଳ ପ୍ରଦେଶର ସମସ୍ତ ୬୮ଟି ଯାକ ବିଧାନସଭା ଆସନରେ ପ୍ରାର୍ଥୀ ନିର୍ବାଚନ ଲଢ଼ିବା ପାଇଁ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । କଂଗ୍ରେସ ମଧ୍ୟ ଲୋକଙ୍କ ଭୋଟ ପାଇଁ ଇସ୍ତାହାରରେ ଅନେକ ମାଗଣା ଯୋଜନା କଥା ଉଲ୍ଲେଖ କରିଛି । ସୋସିଆଲ ମଡିଆରେ କଂଗ୍ରେସ ସହ ବିଜେପିର ଟକ୍କର ଚାଲିଛି । କାଲିଠୁ ବିଜେପି ଏବଂ କଂଗ୍ରେସର ବରିଷ୍ଠ ଷ୍ଟାର ପ୍ରଚାରକମାନେ ହିମାଚଳରେ ପ୍ରଚାର କରିବା ପାଇଁ ପହଁଚିସାରିଛନ୍ତି ।
Comments are closed.