Latest Odisha News

BREAKING NEWS

ଏହି ରାଜ୍ୟରେ ମହିଳାଙ୍କ ବିବାହ ବୟସ ୧୮ରୁ ହେଲା ୨୧

ଶିମଲା: ହିମାଚଳ ପ୍ରଦେଶ ସରକାର ଏକ ଐତିହାସିକ ନିଷ୍ପତି ନେଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସାମାଜିକ ନ୍ୟାୟ ମନ୍ତ୍ରୀ ଧନୀ ରାମ ଶାଣ୍ଡିଲ ବାଲ୍ୟ ବିବାହ ନିଷେଧ ବିଧେୟକକୁ ଉପସ୍ଥାପିତ କରିଥିଲେ । ଆଗକୁ ୧୮ ବର୍ଷ ବଦଳରେ ବିବାହ ପାଇଁ ମହିଳାଙ୍କ ନ୍ୟୁନତମ ଆୟୁ ୨୧କୁ ବୃଦ୍ଧି କରାଯାଇଛି । ଏହି ବିଧେୟକ ସାମାଜିକ ପରିବର୍ତନ ପାଇଁ ମହତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଅନ୍ୟ ଅର୍ଥରେ ଏହି ବିଧେୟକ ଉଭୟ ପୁରୁଷ ଏବଂ ମହିଳାଙ୍କ ବିବାହ କରିବାର ସର୍ବନିମ୍ନ ବୟସ ୨୧କୁ ନିର୍ଦ୍ଧାରିତ କରୁଛି । ଯଦି କିଏ ଏହି ନିୟମକୁ ଉଲ୍ଲଂଘନ କରେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧନୀ ରାମ କହିଛନ୍ତି ।

ଏହି ନୂତନ ନିୟମ ଦେଶ ପାଇଁ ପରୋକ୍ଷରେ ଏକ ମାର୍ଗଦର୍ଶକ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଏହି ବିଧେୟକକୁ ସମସ୍ତ ଦଳ ସମର୍ଥନ କରିଥିଲେ । ଆଗକୁ ଅନ୍ୟ ରାଜ୍ୟର ସରକାର ମଧ୍ୟ ଏଥିପ୍ରତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା କରାଯାଉଛି । ୧୮ ବର୍ଷରୁ କମ ମହିଳାଙ୍କୁ ବିବାହ କରିବା ମାନେ ପରୋକ୍ଷରେ ଅପରାଧ କରିବା ସହ ସମାନ ବୋଲି ବିଧାନସଭାର ସର୍ବକନିଷ୍ଠ ବିଧାୟକ ଅନୂରାଧା ରାଣା କହିଥିଲେ । ସେ ଏହି ନିୟମକୁ ସ୍ୱାଗତ କରିଛନ୍ତି ।

Comments are closed.