Latest Odisha News

BREAKING NEWS

ବିଶ୍ୱର ଏକ ନମ୍ବର ଖେଳାଳି ହୋଇ ଇତିହାସ ରଚିଲେ ଭାରତର ଜୁଡାକୋ ହିମାଂଶୀ

ନୂଆଦିଲ୍ଲୀ: ଭାରତର ମହିଳା ଜୁଡୋ ଖେଳାଳି ହିମାଂଶୀ ଟୋକସ ଇତିହାସ ରଚିଛନ୍ତି । ସେ ଜୁଡୋ ର‌୍ୟାଙ୍କିଙ୍ଗରେ ବିଶ୍ୱର ଏକ ନମ୍ବର ଖେଳାଳି ହୋଇ ଭାରତର ମାନ ବଢ଼ାଇଛନ୍ତି । ୨୦ ବର୍ଷୀୟା ହିମାଂଶୀ ତାଙ୍କ ସଫଳତାର ସମସ୍ତ ଶ୍ରେୟ ଜେଜେ ମାଆଙ୍କୁ ଦେଇଛନ୍ତି । ଅନେକ ଥର ଜୁଡୋ ଛାଡିବା ପାଇଁ ସେ ଚିନ୍ତା କରୁଥିଲେ ମଧ୍ୟ ତାଙ୍କ ଜେଜେ ମାଆ ବାରମ୍ବାର ମନା କରିଥାନ୍ତି । ଦିଲ୍ଲୀର ମୁନରିକା ଗ୍ରାମର ଜୁନିୟର ମହିଳା ବର୍ଗର ଶୀର୍ଷରେ ପଂହଚିବାରେ ଭାରତର ପ୍ରଥମ ଖେଳାଳି ହୋଇଛନ୍ତି ।

ପିଲାବେଳେ ଜୁଡୋ ଅଭ୍ୟାସ କରୁଥିବା ବେଳେ ହିମାଂଶୀ ଅନେକ ଥର ଆଘାତପ୍ରାପ୍ତ ହେଉଥିଲେ । ତାଙ୍କ ମାଆ ବ୍ୟସ୍ତ ହୋଇ ଏହାକୁ ଛାଡିଦେବା ପାଇଁ କହୁଥିଲେ । ତେବେ ଜେଜେ ମାଆ ମୋ ସମର୍ଥନରେ ରହିଥିଲେ । ତାଙ୍କ ଘର ନିକଟରେ ଥିବା ମିଶ୍ରିତ ମାର୍ଶଲ ଆର୍ଟ ଏକାଡେମୀରେ ସେ ପ୍ରଶିକ୍ଷଣ ନେଉଥିଲେ । ଏବେ ସେ ୬୩ କିଗ୍ରା ଜୁନିୟର ବିଭାଗର ଶୀର୍ଷରେ ରହିଛନ୍ତି । ତାଙ୍କ ବାପା ରବି ଟୋକ୍ସ ମଧ୍ୟ ଜଣେ ଜୁଡୋ ଖେଳାଳି ଥିଲେ । ହିମାଂଶୀ ଆଗକୁ ଆନ୍ତର୍ଜାତୀୟ ମୁକାବିଲାରେ ଭାରତ ପାଇଁ ଆହୁରି ନାମ କମାଇବେ ବୋଲି ଆଶା କରାଯାଉଛି ।

Comments are closed.