Latest Odisha News

BREAKING NEWS

ଆସାମରେ ହିମନ୍ତ ସରକାର: ଶପଥ ନେଲେ ମୁଖ୍ୟମନ୍ତୀ ହିମନ୍ତ ବିଶ୍ୱଶର୍ମା

ଗୌହାଟୀ: ଆସାମରେ ହିମନ୍ତ ସରକାର । ମୁଖ୍ୟମନ୍ତ୍ରୀ ଭବାରେ ଆଜି ଶପଥ ନେଇଛନ୍ତି ହିମନ୍ତ ବିଶ୍ୱଶର୍ମା । ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ରାଜ୍ୟପାଳ ଜଗଦୀଶ ମୁଖି । କୋଭିଡ୍ ଗାଇଡଲାଇନ ଭିତରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଶପଥ ସମାରୋହରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲ, ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ, ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ୍ ସାଙ୍ଗମା, ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ୍ ସିଂହ, ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ଏନ୍, ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

ହିମନ୍ତ ବିଶ୍ୱଶର୍ମା ହୋଇଛନ୍ତି ଆସାମର ୧୫ତମ ମୁଖ୍ୟମନ୍ତ୍ରୀ । ଜଲୁକବାଡ଼ି ଆସନରୁ ଲଗାତାର ପାଞ୍ଚ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି । ଆସାମର ଜଣେ ଟାଣୁଆ ନେତା । ୨୦୧୫ରେ କଂଗ୍ରେସକୁ ବାଏ ବାଏ କହି ପଦ୍ମ ଧରିଥିଲେ । ଏହାପରେ ଉତ୍ତର-ପୂର୍ବ ରାଜ୍ୟରେ ବିଜେପିର ଷ୍ଟ୍ରାଟେଜୀ ମେକର ହୋଇଥିଲେ ହିମନ୍ତ ବିଶ୍ୱଶର୍ମା ।

୨୦୧୬ରେ ବିଜେପି ସରକାର ଗଢ଼ିଥିଲା ଓ ସର୍ବାନନ୍ଦ ସୋନଓ୍ୱାଲ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହିମନ୍ତ ବିଶ୍ୱଶର୍ମାଙ୍କୁ ଉତ୍ତର-ପୂର୍ବ ଡେମୋକ୍ରାଟିକ୍ ଆଲାଏନ୍ସର ମୁଖ୍ୟ ଆବାହକ ଦାୟିତ୍ୱ ମିଳିଥିଲା । ଚଳିତବର୍ଷ ଆସାମ ବିଧାନସଭା ନିର୍ବାଚନରେ ବିଜେପି ବିଜୟର ସେ ଥିଲେ ବିନ୍ଧାଣୀ ।

Leave A Reply

Your email address will not be published.