Latest Odisha News

BREAKING NEWS

ଆଜି ଆସାମ ମଙ୍ଗ ଧରିବେ ହିମନ୍ତ ବିଶ୍ୱଶର୍ମା, ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ଗୌହାଟୀ: ଆସାମରେ ଆଜିଠୁ ହିମନ୍ତ ରାଜ । ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଆଜି ଶପଥ ନେବା ହିମନ୍ତ ବିଶ୍ୱଶର୍ମା । ଆଜି ଅପରାହ୍ଣ ୧୨ଟାରେ ଶ୍ରୀମନ୍ତ ଶଙ୍କରଦେବ କଳାକ୍ଷେତ୍ରରେ ଶପଥ ନେବା ହିମନ୍ତ ବିଶ୍ୱଶର୍ମା । ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ରାଜ୍ୟପାଳ ଜଗଜୀଶ ମୁଖି । ତାଙ୍କ ସହ ମନ୍ତ୍ରିମଣ୍ଡଳ ବି ଶପଥ ନେବ ବୋଲି ସୂଚନା ମିଳିଛି । ଗତକାଲି ସର୍ବସମ୍ମତରେ ଆସାମରେ ବିଜେପି ତଥା ଏନଡିଏ ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିଲା ହିମନ୍ତ ବିଶ୍ୱଶର୍ମା ।

ସରକାର ଗଠନ ନେଇ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଥିଲେ ହିମନ୍ତ ବିଶ୍ୱଶର୍ମା । କରୋନା ଯୋଗୁ କଟକଣା ଭିତରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ସପ୍ତାହେ ପରେ ଆସାମରେ ସରକାର ଗଢ଼ିବ ଏନଡିଏ । ହିମନ୍ତ ବିଶ୍ୱଶର୍ମା ହେବେ ଆସାମର ୧୫ତମ ମୁଖ୍ୟମନ୍ତ୍ରୀ ।
ଆସାମର ଜଲୁକବାଡ଼ି ଆସନରୁ ଲଗାତାର ପାଞ୍ଚ ଥର ବିଧାୟକ ନିର୍ବାଚନ ହୋଇଛନ୍ତି ହିମନ୍ତ ବିଶ୍ୱଶର୍ମା । ଆସାମର ଜଣେ ଟାଣୁଆ ନେତା । ୨୦୧୫ରେ କଂଗ୍ରେସକୁ ବାଏ ବାଏ କହି ପଦ୍ମ ଧରିଥିଲେ । ଏହାପରେ ଉତ୍ତର-ପୂର୍ବ ରାଜ୍ୟରେ ବିଜେପିର ଷ୍ଟ୍ରାଟେଜୀ ମେକର ହୋଇଥିଲେ ହିମନ୍ତ ବିଶ୍ୱଶର୍ମା ।

୨୦୧୬ରେ ବିଜେପି ସରକାର ଗଢ଼ିଥିଲା ଓ ସର୍ବାନନ୍ଦ ସୋନଓ୍ୱାଲ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହିମନ୍ତ ବିଶ୍ୱଶର୍ମାଙ୍କୁ ଉତ୍ତର-ପୂର୍ବ ଡେମୋକ୍ରାଟିକ୍ ଆଲାଏନ୍ସର ମୁଖ୍ୟ ଆବାହକ ଦାୟିତ୍ୱ ମିଳିଥିଲା । ଚଳିତବର୍ଷ ଆସାମ ବିଧାନସଭା ନିର୍ବାଚନରେ ସେ ଥିଲେ ବିଜେପି ବିଜୟର ବିନ୍ଧାଣୀ । ଶେଷରେ ହିମନ୍ତ ବିଶ୍ୱଶର୍ମାଙ୍କ ଉପରେ ବିଶ୍ୱାସ ପ୍ରକଟ କରି ଆସାମ ଶାସନ ମଙ୍ଗ ଧରାଇଛନ୍ତି ବିଜେପି କେନ୍ଦ୍ରୀୟ ନେତୃତ୍ୱ ।

Leave A Reply

Your email address will not be published.