ମୁମ୍ବାଇ: ହାରିବେନି ହିନା ଖାନ୍ । ମୃତ୍ୟୁ ସହ ପ୍ରତିଦିନ ଲଢୁଥିବା ହିନା ଖାନ୍ ଏବେ ଆଗ ଅପେକ୍ଷା ସୁସ୍ଥ ଜଣାପଡୁଛନ୍ତି । କେବେ ବି ନିଜକୁ ଦୁର୍ବଳ ଭାବିନାହାନ୍ତି ହିନା । ସବୁବେଳେ ସବୁ ପରିସ୍ଥିତିରେ ମୁହଁରେ ବଡ ହସ ରଖି, ନଜର ଆସିଛନ୍ତି ହିନା । ଯେଉଁଥିରେ ତାଙ୍କର ସବୁବେଳେ ବଡ ସମର୍ଥକ ରହିଛନ୍ତି ତାଙ୍କ ବୟଫ୍ରେଣ୍ଡ ରକି । ଏବେ ହିନା ସେଲିବ୍ରିଟି ମାଷ୍ଟରସେଫ୍ ସେଟ୍ରେ ତାଙ୍କ ବୟଫ୍ରେଣ୍ଡ ରକି ଜୟସୱାଲଙ୍କ ସହ ନଜର ଆସିଛନ୍ତି । ଯେଉଁଥିରେ, ସେମାନଙ୍କ ବିବାହ ପାଇଁ ଏକ କ୍ୟାଟରିଂ ସେବା ଖୋଜୁବା ପାଇଁ ଆସିଥିବା କହିଛନ୍ତି ।
ଏହି ସମୟରେ ତାଙ୍କର ବହୁ ସମୟର ବୟଫ୍ରେଣ୍ଡଙ୍କ ସହ ତାଙ୍କର ସଂପର୍କ କିପରି ଗଢିଉଠିଥିଲା, ସେନେଇ କହିଛନ୍ତି । ରକି ଜୟସୱାଲଙ୍କ ସହିତ ତାଙ୍କ ସମ୍ପର୍କର ସୁନ୍ଦର ସ୍ମୃତିକୁ ମନେ ପକାଇ ହିନା କହିଛନ୍ତି, ମୁଁ ତାଙ୍କୁ ବହୁ ବର୍ଷ ପୂର୍ବେ ମୋର ପ୍ରଥମ ଶୋ’ର ସେଟରେ ଭେଟିଥିଲି । ସେ ଅନ୍ୟ କେହି ଜଣେ ପ୍ରଯୋଜକଙ୍କ ସ୍ଥାନରେ ଆସିଥିଲେ । ମୁଁ ତାଙ୍କୁ ଭେଟିଥିଲେ ବି, ତାଙ୍କ ପ୍ରତି ଏତେ ଆକର୍ଷିତ ନଥିଲି । ମୁଁ ବହୁତ ବିଚାରଶୀଳ ଥିଲି । କିନ୍ତୁ ମୁଁ ତାଙ୍କ କାମ କରିବାର ଶୈଳୀରେ ପ୍ରଭାବିତ ହୋଇଥିଲି । ଆମର ସମ୍ପର୍କ କାମ ମାଧ୍ୟମରେ ବୃଦ୍ଧି ପାଇଲା । ପରେ ଆମେ ପରସ୍ପରର ବନ୍ଧୁ ହେଲୁ । ଆମେ ବହୁତ ଦିନ ପାଇଁ ବନ୍ଧୁ ହୋଇ ରହିଲୁ ।
ଏହାପରେ ରକି କହିଥିଲେ, ମୁଁ ଭାବୁଛି ପ୍ରେମ ପୂର୍ବରୁ ଆମର ପରସ୍ପର ପ୍ରତି ସମ୍ମାନ ଆସିଥିଲା । ହିନା ଅତ୍ୟନ୍ତ ସମର୍ପିତ ଏବଂ ପ୍ରତିଭାଶାଳୀ, କିନ୍ତୁ ମୁଁ ତାଙ୍କ ଦକ୍ଷତା ଉପରେ ଅଧିକ ଆକର୍ଷିତ ହୋଇଥିଲି । ଆମେ ପ୍ରତିଦିନ ପରସ୍ପରକୁ ଅଭିବାଦନ କରୁଥିଲୁ, ଆମେ ବହୁତ ଦିନ ଧରି ବନ୍ଧୁ ଥିଲୁ, କିନ୍ତୁ ଗୋଟିଏ ଦିନ, ଯେତେବେଳେ ଆମେ ପରସ୍ପରକୁ ଆଲିଙ୍ଗନ କରି ଅଭିବାଦନ କରୁଥିଲୁ, ତାହା ଭିନ୍ନ ଅନୁଭବ ଥିଲା । ହିନା ଖାନ ଏହି କଥା କହି ଶେଷରେ କହିଥିଲେ ଯେ, ସେହି ମୁହୂର୍ତ୍ତରେ ଦୁଇଜଣ ଅନୁଭବ କରିଥିଲେ ଯେ ଏହା ବନ୍ଧୁତାଠାରୁ ଅଧିକ ଏବଂ ସେମାନେ ପ୍ରେମରେ ପଡିଥିଲେ ।
ତେବେ କହିରଖୁଛୁ, ଗତ ବର୍ଷ ଜୁନରେ, ହିନା ଖାନଙ୍କୁ ଷ୍ଟେଜ୍ ୩ ସ୍ତନ କର୍କଟ ରୋଗ ଚିହ୍ନଟ ହୋଇଥିଲା । ପ୍ରତିଦିନ ସଂଘର୍ଷ କରି ମୃତ୍ୟୁ କୁ ବି ହରାଇ ଦେବେ ହିନା । ଆଉ ଏଥିରେ ତାଙ୍କ ବୟଫ୍ରେଣ୍ଡ ରକି, କେବଳ ଯେ ତାଙ୍କ ସାଥ୍ ଛାଡିନଥିଲେ ତାହା ନୁହେଁ, ତାଙ୍କ ଅଟଳ ସମର୍ଥନ ଏବଂ ପ୍ରେମ ସହିତ ତାଙ୍କ ପାଖେ ପାଖେ ଠିଆ ହୋଇଛନ୍ତି ।