Latest Odisha News

BREAKING NEWS

ଦୀର୍ଘଦିନ ପରେ ପରଦାକୁ ଫେରୁଛନ୍ତି ହୀନା ଖାନ, କର୍କଟରେ ଥିଲେ ପିଡିତ

ମୁମ୍ବାଇ: ପ୍ରସିଦ୍ଧ ଟିଭି ଅଭିନେତ୍ରୀ ହିନା ଖାନ ସ୍ତନ କର୍କଟ ରୋଗରେ ପିଡିତ। ସେ ସାହସର ସହିତ ତୃତୀୟ ପର୍ଯ୍ୟାୟ କର୍କଟ ରୋଗ ସହିତ ଲଢ଼ୁଛନ୍ତି। ଏହା ସତ୍ତ୍ୱେ ମଧ୍ଯ ଅଭିନେତ୍ରୀ କାମ କରିବା ବନ୍ଦ କରିନାହାଁନ୍ତି।

ଅଭିନେତ୍ରୀଙ୍କ ଆଗାମୀ ୱେବ୍ ସିରିଜ୍ ‘ଗୃହ ଲକ୍ଷ୍ମୀ’ର ଟ୍ରେଲର ରିଲିଜ୍ ହୋଇଯାଛି। ଟ୍ରେଲରରେ ଅଭିନେତ୍ରୀ ବାସ୍ତବ ଜୀବନ ପରି ଜଣେ ସାହସୀ ମହିଳାଙ୍କ ଭୂମିକାରେ ଅଭିନୟ କରୁଥିବାର ଦେଖିବାକୁ ମିଳିଛି। ତେବେ ସେ ପ୍ରଥମ ଥର ପାଇଁ ଏକ ଆକ୍ସନ୍ ଅବତାରରେ ନଜର ଆସିଛନ୍ତି।

‘ଗୃହଲକ୍ଷ୍ମୀ’ର ୧ ମିନିଟ୍ ୧୮ ସେକେଣ୍ଡ ଟ୍ରେଲରରେ ହିନା ଖାନଙ୍କୁ ଆକ୍ସନ୍ ମୋଡରେ ଦେଖିବାକୁ ମିଳିଥିଲା। ଟ୍ରେଲରରେ ହିନା ରିଭେଞ୍ଜ ନେଉଥିବା ଦେଖିବାକୁ ମିଳିବ। ଟ୍ରେଲରରେ ଚାକରାଣୀରୁ ରାଣୀ ହେବା ପର୍ଯ୍ୟନ୍ତ ତାଙ୍କର କଠିନ ଯାତ୍ରା ଦର୍ଶାଯାଇଛି।

ତେବେ ହିନାଙ୍କ ଏହି ଥ୍ରୀଲର ସିରିଜ୍ ୨୦୨୫ ଜାନୁଆରୀ ୧୬ରେ ‘ଏପିକ୍ ଅନ୍’ରେ ପ୍ରସାରିତ ହେବ। ଆଗାମୀ କ୍ରାଇମ୍ ଥ୍ରୀଲର ସିରିଜରେ ଚଙ୍କି ପାଣ୍ଡେ, ରାହୁଲ ଦେବ ଏବଂ ଦିବ୍ୟେନ୍ଦୁ ଭଟ୍ଟାଚାର୍ଯ୍ୟ ଆଦି ପ୍ରମୁଖ ଭୂମିକାରେ ନଜର ଆସିବେ।

 

Comments are closed.