Latest Odisha News

BREAKING NEWS

ହାଇସ୍ପିଡ ଆଲୁମିନିୟମ ରେଳ କୋଚ ପାଇଁ ଇଟାଲୀୟ କମ୍ପାନୀ ମେଟ୍ରା ସହିତ ହାତ ମିଳାଇଲା ହିଣ୍ଡାଲକୋ

ମୁମ୍ବାଇ : ବିଶ୍ୱର ସବର୍ବୃହତ ଆଲୁମିନିୟମ ରୋଲିଂ ଏବଂ ରିସାଇକ୍ଲ ିଂ କମ୍ପାନୀ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ଇଟାଲୀୟ କମ୍ପାନୀ ମେଟ୍ରା ଏସପିଏ ସହିତ ପ୍ରଯୁକ୍ତିଗତ ସହଭାଗିତାରେ ଚୁକ୍ତି ସ୍ୱାକ୍ଷର କରିଛି । ଭାରତରେ ହାଇସ୍ପିଡ ରେଳ କୋଚ ନିର୍ମାଣ ନିମେନ୍ତ ବୃହତ୍ତ ଆକାରର ଆଲୁମିନିୟମ ଏକ୍ସଟ୍ରସନ ଏବଂ ଫାବ୍ରିକେସନ ପ୍ରସ୍ତୁତି ଦିଗର ସମର୍ଥ କରାଇବାକୁ ଏହି ସହଭାଗିତା ଲକ୍ଷ୍ୟ ରଖିଛି । ଏହାଦ୍ୱାରା ଉନ୍ନତ ନିର୍ମାଣ ସାମର୍ଥ୍ୟ ଗଢିିତୋଳିବା କ୍ଷେତ୍ରରେ ଭାରତ ସରକାରଙ୍କ ଯୋଜନାବଦ୍ଧ ଲକ୍ଷ୍ୟ ସାକାର କରିବାରେ ହିଣ୍ଡାଲକୋର ପ୍ରମୁଖ ଭୂମିକା ରହିବ ।

ଆଲୁମିନିୟମ ନିର୍ମାଣ କ୍ଷେତ୍ରରେ ହିଣ୍ଡାଲକୋର ବିପୁଳ ଅଭିଜ୍ଞତା ରହିଛି । ବିଶେଷକରି ଆଲୁମିନିୟମ ଏକ୍ସଟ୍ରସନ, ମେସିନିଂ ଏବଂ ୱେଲଡିଂ କ୍ଷେତ୍ରରେ ମେଟ୍ରାର ସର୍ବାଧୁନିକ ଜ୍ଞାନେକା÷ଶଳକୁ ମିଶ୍ରଣ କରି ଏହି ସହଯୋଗିତା ୟୁରୋପ, ଚୀନ, ଜାପାନ ଏବଂ ଅନ୍ୟ କିଛି ରାଷ୍ଟ୍ରରେ ଉପଲବ୍ଧ ହେଉଛି । ସେହି ଅନୁସାରେ ବିଶ୍ୱଶ୍ରେଣୀର ପ୍ରଯୁକ୍ତି ପ୍ରୟୋଗ ଧାରାକୁ ଭାରତକୁ ଆଣିବା ଦିଗରେ ଏକ ଉଲ୍ଲେଖନୀୟ ପ୍ରୟାସ ହୋଇ ପାରିଛି । ଏହି ବୁଝାମଣା ବିଶ୍ୱର ସବର୍ବୃହତ ରେଳ ନେଟୱର୍କ ପରିଚାଳନା କରୁଥିବା ଭାରତୀୟ ରେଳବାଇର ଉନ୍ନତିକରଣ କାର୍ଯ୍ୟକ୍ରମକୁ ଆଗେଇ ନେବା ଦିଗରେ ହିଣ୍ଡାଲକୋକୁ ଏକ ଉପଯୁକ୍ତ କ୍ଷେତ୍ର ଯୋଗାଇ ଦେଉଛି । ଭାରତରେ ଯାତ୍ରୀବାହୀ ଟ୍ରେନଗୁଡିକ ନିମନ୍ତେ ନୂତନ ଯୁଗର ଆଲୁମିନିୟମ ଏକ୍ସଟ୍ରସନସ ପ୍ରଚଳନ କରିବା ପାଇଁ ମେଟ୍ରା ସହିତ ସମ୍ମିଳିତ ଉଦ୍ୟମ ଆରମ୍ଭ ହୋଇଛି ବୋଲି ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜର ମ୍ୟାନେଜିଂ ଡାେଇରକ୍ଟର ସତୀଶ ପାଇ କହିଛନ୍ତି ।

ବାଣିଜ୍ୟିକ ଯାନବାହନ, ମାଲ ପରିବହନକାରୀ ୱାଗନ, ବିଦ୍ୟୁତଚାଳିତ ଯାନ ଏବଂ ଯାତ୍ରୀବାହୀ ଟ୍ରେନ ପାଇଁ ଆଲୁମିନିୟମ ବ୍ୟବହାର କରାଯାଉଛି । ବିଶେଷକରି ଏହି ଟ୍ରେନଗୁଡିକର କାର୍ଯ୍ୟଦକ୍ଷତା, ଦୀଘର୍ସ୍ଥାୟିତ୍ୱ ଏବଂ ଦୀର୍ଘକାଳୀନ ପ୍ରଦର୍ଶନରେ ବୃଦ୍ଧି ଘଟାଉଛି । ସାଧାରଣତଃ ରେଳବାଇ କ୍ଷେତ୍ରରେ ଏକ୍ସଟ୍ରେଡଡ ଆଲୁମିନିୟମ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କାରଣ ଏହା ଓଜନ ହ୍ରାସ କରିବା ସହିତ ଯାନ୍ତ୍ରିକ ସାମର୍ଥ୍ୟ ବୃଦ୍ଧି କରିଥାଏ । ପରିବହନ କ୍ଷେତ୍ର ନିମନ୍ତେ ଆଲୁମିନିୟମ ଏକ୍ସଟ୍ରସନ ତିଆରି ପାଇଁ ୬୦ ବର୍ଷର ଲମ୍ବା ଅଭିଜ୍ଞତା ଥିବା ମେଟ୍ରାର ଫାବ୍ରିକେସନ ଏବଂ ରେଳପଥ ଏକ୍ସଟ୍ରସନ କ୍ଷେତ୍ରରେ ସ୍ୱତନ୍ତ୍ର ଜ୍ଞାନ ରହିଛି ।

ମେଟ୍ରା ଏସ୍‌ପିଏର ସିଇଓ ଏନରିକୋ ଜାମପେଡ୍ରି କହିଛନ୍ତି ଯେ, ହିଣ୍ଡାଲକୋ ସହିତ ସହଭାଗୀତା ଆଲୁମିନିୟମ ଏକ୍ସଟ୍ରସନ ପ୍ରଯୁକ୍ତି ସାମର୍ଥ୍ୟ ବୈଷୟିକ ପ୍ରଦର୍ଶନକୁ ତ୍ୱରାନ୍ୱିତ କରିବାରେ ସୁଯୋଗ ପ୍ରଦାନ କରୁଛି । ଭାରତୀୟ ରେଳ ବିଭାଗ ରେଳ ଲାଇନ ଏବଂ ଷ୍ଟେସନସମୂହ ଭଳି ମୌଳିକ ଭିତ୍ତିଭୂମିରେ ବ୍ୟାପକ ରୂପାନ୍ତରଣ ଆଣିବା ସହିତ ହାଇ-ସ୍ପିଡ ଶୀତତାପ ନିୟନ୍ତ୍ରିତ ଯାତ୍ରୀବାହୀ ରେଳ ପ୍ରଚଳନ କରିବା ଦିଗରେ ପଦେକ୍ଷପ ନେଉଛି । ଦ୍ରୁତତର ଯାତ୍ରା ନିମେନ୍ତ ବନ୍ଦେ ଭାରତ ଟ୍ରେନଗୁଡିକର ପ୍ରଚଳନ ଭାରତରେ ରେଳ ପରିବହନର ଭବିଷ୍ୟତର ସୂଚକ ହୋଇଛି । ଅତ୍ୟନ୍ତ ଆକର୍ଷଣୀୟ ଏରୋଡାଇନାମିକ ଟ୍ରେନ ଘଣ୍ଟାକୁ ୨୦୦ କିଲୋମିଟରରୁ ଅଧିକ ବେଗରେ ଗତି କରିବାକୁ ଡିଜାଇନ କରାଯାଉଥିବାବେଳେ ତାହା ଆଲୁମିନିୟମ ବ୍ୟବହାର ଦ୍ୱାରା ସମ୍ଭବ ହୋଇପାରିବ । ବନ୍ଦେ ଭାରତ ଟ୍ରେନଗୁଡିକ ପାଇଁ ଯାତ୍ରୀବାହୀ କୋଚ ତିଆରିରେ ସହାୟତା କରିବାକୁ ହିଣ୍ଡାଲକୋ ଏହି ପ୍ରକଳ୍ପ ନିମେନ୍ତ ୨୦୦୦ କୋଟି ଟଙ୍କା ନିବେଶ କରିବା ଯୋଜନା ରଖିଛି ।

ଗତବର୍ଷ ଅକ୍ଟୋବରରେ ହିଣ୍ଡାଲକୋ ଭାରତର ପ୍ରଥମ ସମ୍ପୂର୍ଣ୍ଣ ଆଲୁମିନିୟମ ତିଆରି ହାଲୁକା ପଣ୍ୟବାହୀ ରେଳ ପ୍ରଚଳନ କରିଥିଲା । ଏଥିସହିତ ଏହାର କାର୍ଯ୍ୟକାଳ ମଧ୍ୟରେ ୧୪,୫୦୦ ଟନ ଅଙ୍ଗାରକାମ୍ଳ ନିଗର୍ମନକୁ ରୋକିପାରିବ । ସିମେଣ୍ଟ ଏବଂ ଖାଦ୍ୟଶସ୍ୟ ଭଳି ଦ୍ରବ୍ୟକୁ ଦୃଷ୍ଟିରେ ରଖି କମ୍ପାନୀ ଆଗାମୀ ସମୟରେ ଆଉ ତିନିଟି ପଣ୍ୟ ୱାଗନର ଡିଜାଇନ ପ୍ରଚଳନ କରିବାକୁ ଯୋଜନା ରଖିଛି ବୋଲି କୁହାଯାଇଛି ।

Comments are closed.