ବ୍ରହ୍ମପୁର:ପେଶାରେ ହିନ୍ଦୀ ଶିକ୍ଷକ। ହେଲା ଘରେ କରିଥିଲେ ଦେଶୀ ମଦ ଫ୍ୟାକ୍ଟ୍ରି। ଦୀର୍ଘ 15 ବର୍ଷ ଧରି ଏହି ବ୍ୟବସାୟ କରି ପୋଲିସ ଓ ଅବକାରି ବିଭାଗର ଅଧିକାରୀମାନେ ସୁରାକ୍ ପାଉନଥିଲେ।ଶେଷରେ ଅବକାରୀ ଗୁଇନ୍ଦା ବିଭାଗ ଏଏସଆଇ ସୁରେନ୍ଦ୍ର ପ୍ରଧାନ ଓ ତାଙ୍କ ଟିମ ଶନିବାର ମଦ ବିକ୍ରି କରୁଥିବା ସମୟରେ ଚଢ଼ାଉ କରି ଗିରଫ କରିଛନ୍ତି। ହିନ୍ଦୀ ଶିକ୍ଷକଙ୍କ ନିକଟରୁ ପ୍ରାୟ ୧୦୦ ଲିଟର ଦେଶୀ ମଦ ଜବତ ହୋଇଛି। ବ୍ରହ୍ମପୁର ସଦରଥାନା ଅନ୍ତର୍ଗତ କୁକୁଡାଖଣ୍ଡି ନିକଟ ବଳରାମପଲ୍ଲୀ ଗ୍ରାମରେ ଏହି ଚଢ଼ାଉ ହୋଇଛି। ଶିକ୍ଷକ ଜଣକ ସତପାଣ୍ଡିଆ ହାଇସ୍କୁଲରେ ହିନ୍ଦୀ ଶିକ୍ଷକ ଥିବା ଅବକାରୀ ଗୁଇନ୍ଦା ବିଭାଗ ସୂତ୍ରରୁ ପ୍ରକାଶ। ଶିକ୍ଷକ ଜଣକ ତାଙ୍କ ଘରେ ହିଁ ନକଲି ଦେଶୀ ମଦ ପାଉଚ କାରଖାନା କରିଥିଲେ। ବିନା ଲୋଗରେ ଖାଲି ଜରି ପ୍ୟାକେଟରେ ଗ୍ରାହକଙ୍କୁ ବିକ୍ରି କରୁଥିଲେ।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.