Latest Odisha News

BREAKING NEWS

ସୁରକ୍ଷାରେ ରହିବ ତାଳଚେର, ଲାଗିବ ୧୨୩ଟି ସିସିଟିଭି କ୍ୟାମେରା

ତାଳଚେର : ସୁରକ୍ଷା ବଳୟ ଭିତରେ ରହିବ ତାଳଚେର । ଲାଗିବ ୧୨୩ଟି ସିସିଟିଭି କ୍ୟାମେରା । କୋଇଲା ଚୋରି ଓ ଡ଼କାୟତି ରୋକିବା ପାଇଁ ଠୋସ୍ ପଦକ୍ଷେପ । ଗାଡ଼ିମଟର ଚଳାଚଳ ଉପରେ ରହିବ କଡ଼ା ନଜର ।

ଖୁବ୍ ଶୀଘ୍ର ସିସିଟିଭି କାର୍ଯ୍ୟକ୍ଷମ ହେବ ବୋଲି ମତ ଦେଇଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ଅନୁଗୋଳ ଜିଲ୍ଲାର ତାଳଚେର ସହରରେ ଏବେ ଅପରାଧୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ପୋଲିସ ପ୍ରଶାସନ ପକ୍ଷରୁ ନିଆଯାଇଛି ନୂଆ ପଦକ୍ଷେପ । ଅପରାଧକୁ ରୋକିବା ପାଇଁ ବହୁ ବିଳମ୍ବ ହେଲେ ମଧ୍ୟ ଜିଲ୍ଲା ପୁଲିସ୍ ଏବଂ ଜିଲ୍ଲା ପ୍ରଶାସନ ଏଥିପ୍ରତି ସଜାଗ ହୋଇଛନ୍ତି । ତାଳଚେର ସହର ଠାରୁ ୩୦ କିଲୋମିଟର ଦୂରରେ ଥିବା ହିଙ୍ଗୁଳା ମନ୍ଦିର ଠାରୁ ତାଳଚେର ରାଜବାଟି ପର୍ଯ୍ୟନ୍ତ ଏବଂ ତାଳଚେର ଗୋଡ଼ିବନ୍ଧ ଛକ ଠାରୁ ଆରମ୍ଭ କରି ବଲଡର୍ ଛକ ପର୍ଯ୍ୟନ୍ତ ପ୍ରମୁଖ ଛକ ନିକଟରେ ସିସିଟିଭି କ୍ୟାମେରା ଲଗାଯିବ ।

Leave A Reply

Your email address will not be published.