Latest Odisha News

ଆଜି ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ ‘ଦମନ’

ଭୁବନେଶ୍ୱର : ଓଡିଶା ସମେତ ସମଗ୍ର ଦେଶରେ ଚହଳ ସୃଷ୍ଟି ପରେ ଆଜି ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ ‘ଦମନ’।  ଏହି ଚଳଚ୍ଚିତ୍ରଟି ଓଡିଶା ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଉପରେ ନିର୍ମିତ।  ଚଳଚ୍ଚିତ୍ରର ଜବରଦସ୍ତ ପ୍ରଦର୍ଶନ ପରେ ଦର୍ଶକମାନେ ଏହାର ହିନ୍ଦୀ ସଂସ୍କରଣ ପାଇଁ କ୍ରମାଗତ ଭାବରେ ଦାବି କରି ଆସୁଥିଲେ, ଯାହାର ଅପେକ୍ଷାର ଆଜି ଶେଷ ଘଟିବ । ପ୍ରାୟ ୫ ଶହ ସିନେମା ହଲ୍‌ରେ ହିନ୍ଦୀ ଭାଷାରେ ଚାଲିବ  ‘ଦମନ’ ।

BjdElectrycity

ଦମନର ସମ୍ପୂର୍ଣ୍ଣ ରୂପ ହେଉଛି ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ । ଏହା ଓଡିଶା ସରକାରଙ୍କର ଏପରି ଏକ ଯୋଜନା ଯେଉଁଥିରେ ଆଦିବାସୀ ଅଞ୍ଚଳରେ ମ୍ୟାଲେରିଆ ବିସ୍ତାରକୁ ରୋକାଯାଇପାରିବ ।  ଚଳଚ୍ଚିତ୍ରରେ ବାବୁଶାନ ମହାନ୍ତି ଏବଂ ଦୀପନ୍ୱିତ ଦାଶମହାପାତ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସେଥିପାଇଁ ପୂରା ଟିମ୍ ମୁମ୍ବାଇ ଗସ୍ତରେ ଥିବା ବେଳେ ଆସନ୍ତାକାଲି ମୁମ୍ବାଇ ପିଭିଆର୍ ହଲ୍‌ରେ ଏହାର ବିଶାଳ ପ୍ରିମିୟର ସୋ’ ଅନୁଷ୍ଠିତ ହେବ। ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ଏହା ଯେପରି ଆଇଏମ୍‌ଡିବି ରେଟିଂରେ ୯.୭ ପାଇ ଦକ୍ଷିଣୀ ଚଳଚ୍ଚିତ୍ର ଆର୍‌ଆର୍‌ଆର୍‌, କେଜିଫ୍‌-୨କୁ ପଛରେ ପକାଇଥିଲା ଏବେ ହିନ୍ଦୀରେ ମଧ୍ୟ ସେହିଭଳି କିଛି ରେକର୍ଡ କରିବ ବୋଲି ନିର୍ମାତାମାନେ ଆଶା ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହା ପଏଣ୍ଟ ୮.୩ରେ ପହଞ୍ଚିଛି।

ଚଳଚ୍ଚିତ୍ରର କାହାଣୀ ୨୦୨୨ ନଭେମ୍ବର ୪ରେ ସତ୍ୟ ଘଟଣା ଉପରେ ଆଧାରିତ ।  ଜଣେ ଯୁବ ଡାକ୍ତରଙ୍କ  ସେବା ମନୋବୃତ୍ତିର ନିଚ୍ଛକ ସତ କାହାଣୀ ହେଉଛି ଦମନ ।  ସେତେବଳେ ରାଜ୍ୟର ୪୩ଟି ହଲ୍‌ରେ ଦମନ  ମୁକ୍ତିଲାଭ କରିଥିଲା। ଦେଶର ୬ଟି ପ୍ରମୁଖ ସହରରେ ମୁକ୍ତିଲାଭ କରିଥିଲା। ପରେ ଦେଶବ୍ୟାପୀ ଚର୍ଚ୍ଚାର ପରିସର ଆସିଥିଲା ।  ଏହାର ଲୋକପ୍ରିୟତା ବୃଦ୍ଧି ଯୋଗୁଁ  ହିନ୍ଦୀ ଡବିଂ ଲାଗି ଇଚ୍ଛା ପ୍ରକାଶ କରିଥିଲେ ପ୍ରଯୋଜନା ସଂସ୍ଥା   ।

ଏହି ଚଳଚ୍ଚିତ୍ରରେ ବାବୁସାନଙ୍କ ଅଭିନୟ ଚମତ୍କାର ହୋଇଥିବା ବେଳେ  ଦୀପନ୍ୱିତ ଦାଶମହାପାତ୍ର ରବିନ୍ଦ୍ର ମୁରଲୀଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଏହାର ଲୋକପ୍ରିୟତା ବୃଦ୍ଧି ଯୋଗୁଁ ପ୍ରଯୋଜନା ସଂସ୍ଥା ଏହାର ହିନ୍ଦୀ ଡବିଂ ଲାଗି ଇଚ୍ଛା ପ୍ରକାଶ କରିଥିଲେ। ଜେପି ମୋସନ୍ ପିକଚର୍ସ ବ୍ୟାନରରେ ଓ ମେଣ୍ଟିସ୍ ଫିଲ୍ମସ୍ ମିଳିତ ଭାବେ ପ୍ରସ୍ତୁତ ଏହି ସିନେମାର ମୂଳ ପ୍ରଯୋଜକ ରହିଛନ୍ତି ଦୀପେନ୍ଦ୍ର ସାମଲ। କାହାଣୀ, ଚିତ୍ରନାଟ୍ୟ ପ୍ରସ୍ତୁତି ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି ବିଶାଳ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା। ଡିଓପିରେ ପ୍ରତାପ ରାଉତ, ସଙ୍ଗୀତରେ ଗୌରବ ଆନନ୍ଦ, ଗୀତ ରଚନାରେ ଦିବ୍ୟଜିତ୍ ସାହୁ ଓ ଏଡିଟିଂରେ ଦେବୀ ପ୍ରସାଦ ଲେଙ୍କା ନିଜ ଦକ୍ଷତା ଦେଖାଇଛନ୍ତି। ନିକଟରେ ଏହାର ହିନ୍ଦୀ ଡବିଂ ଟ୍ରେଲର ରିଲିଜ୍ ପରେ ବଲିଉଡ ତାରକା ଅଜୟ ଦେବଗନ, ବିଦ୍ୟୁତ ଜାମୱାଲ୍‌, ସିନେ ସମୀକ୍ଷକ ତରନ ଆଦର୍ଶଙ୍କ ସମେତ ବହୁ ତାରକା ସିନେମାର ଭୂୟସୀ ପ୍ରଶଂସା କରିଥିଲେ।

 

Leave A Reply

Your email address will not be published.