Latest Odisha News

ଘୃଣା ଉଦ୍ରେକକାରୀ ଭାଷଣ ଦେବା ଅଭିଯୋଗରେ ପାକିସ୍ତାନୀ ଆଙ୍କର ଗିରଫ

ଇସଲାମବାଦ: ପାକିସ୍ତାନର ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି ବା ଏଫଆଇଏ ଘୃଣାଭାବ ସୃଷ୍ଟିକାରୀ ଭାଷଣ ଦେବା ତଥା କ୍ଷମତାସୀନ ସରକାରଙ୍କୁ ସମାଲୋନା କରିବା ଅଭିଯୋଗରେ  ଜଣେ ନ୍ୟୁଜ ଆଙ୍କରଙ୍କୁ ଗିରଫ କରିଛି । ନ୍ୟୁଜ ଆଙ୍କର ଇମରାନ ରିଆଜ ଖାନ ପାକିସ୍ତାନ ଶେହବାଜ ସରିଫଙ୍କ ନେତୃତ୍ୱ ନେଉଥିବା ସରକାରଙ୍କର ଖୁବ ସମାଲୋଚନା କରିଥିଲେ । ସରକାରୀ ସୂତ୍ରରୁ ମିଳିଥିବା ଅଭିଯୋଗ ଅନୁଯାୟୀ, ଇମରାନ ରିଆଜ ଖାନଙ୍କୁ ସାଧାରଣ ଜନତା ଏବଂ  ସରକାରଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଘୃଣାଭାବ ଉଦ୍ରେକ କଲା ପରି ଭାଷଣ ଦେବା ଅଭିଯୋଗରେ ଲହୋରଠାରୁ ଗିରଫ କରାଯାଇଛି ।

ସ୍ଥାନୀୟ ମିଡିଆ ରିପୋର୍ଟ ଅନୁଯାୟୀ, ଇମ୍ରାନ ରିଆଜ ଖାନଙ୍କ ଓକିଲଙ୍କ କହିବା ଅନୁଯାୟୀ, ନ୍ୟୁଜ ଆଙ୍କରଙ୍କୁ ଅଲ୍ଲାମା ଇକବାଲ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସାଇବର ଅପରାଧ ଶାଖା ଗିରଫ କରି ନେଇଥିଲା । ଇମରାନ ରିଆଜ ଖାନ ଏକ ସମ୍ମିଳନୀରେ ସାର୍ବଜାନୀକ ଭାବେ ଘୃଣାଭାବ ଉଦ୍ରେକକାରୀ ଭାଷଣ ଦେଉଥିଲେ । ରିପୋର୍ଟରେ କୁହାଯାଇଛି, ଏହି ଭାଷଣ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ସ୍ତରରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଭାଷଣ ଭାଇରାଲ ହୋଇଛି ।

ରିପୋର୍ଟ ଅନୁସାରେ ଗତ ବର୍ଷ ଇମରାନ ରିଆଜ ଖାନଙ୍କୁ ଦେଶଦ୍ରୋହ ଅପରାଧରେ ଗିରଫ କରାଯାଇଥିଲା । ଲାହୋର ହାଇକୋର୍ଟ ଇମରାନ ରିଆଜ ଖାନଙ୍କୁ ଜାମିନ ଦେବା ପରେ ସେ ଜେଲରୁ ବାହାରିଥିଲେ । ଇମରାନ ତାଙ୍କ ଭାଷଣରେ ପାକ ସେନା ବିରୋଧରେ ଅଭିଯୋଗ ଆଣିଥିଲେ  । ଏଥିସହିତ ପାକିସ୍ତାନର ସାର୍ବଭୌମତ୍ୱ ପ୍ରତି ଅଙ୍ଗୁଳି ଉଠାଇଥିଲେ ।

Leave A Reply

Your email address will not be published.