Latest Odisha News

BREAKING NEWS

ନିର୍ବାଚନ ପୂର୍ବରୁ ବାଂଲାଦେଶରେ ହିନ୍ଦୁ ବ୍ୟବସାୟୀଙ୍କୁ ହତ୍ୟା…

ନୂଆଦିଲ୍ଲୀ: ବାଂଲାଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନର ମାତ୍ର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ସୋମବାର ଦିନ ଆଉ ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି।

ତେବେ ମୃତକଙ୍କ ନାମ ସୁଶେନ ଚନ୍ଦ୍ର ସରକାର ଓ ତାଙ୍କ ବୟସ ୬୨ ବର୍ଷ ଥିବା ଜଣାପଡିଛି। ସେ ଜଣେ ଧାନ ବ୍ୟବସାୟୀ ଥିଲେ ଯିଏ କି ଡାକିନାକଣ୍ଡା ଗାଁରେ ରହୁଥିଲେ ଓ ତାଙ୍କ ଦୋକାନର ନାମ, “ଭାଇ ଭାଇ ଏଣ୍ଟରପ୍ରାଇଜ,” ଥିଲା ବୋଲି ଜଣାପଡିଛି।

ପୋଲିସ ଦେଇଥିବା ସୂଚନା ଅନୁଯାୟୀ ରାତି ୧୧ଟାରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଅଜ୍ଞାତ ଆକ୍ରମଣକାରୀମାନେ ସୁଶେନ ଚନ୍ଦ୍ର ସରକାରଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ଓ ପରେ ତାଙ୍କୁ ଦୋକାନ ଭିତରେ ଛାଡି ସଟର ବନ୍ଦ କରିଦେଇଥିଲେ। ପରେ ପରିବାର ସଦସ୍ୟମାନେ ଖୋଜିବାକୁ ଯାଇ ଦୋକାନ ଭିତରେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିଥିଲେ। ଯାହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ଘଟଣା ମୈମନସିଂ ଜିଲ୍ଲାରେ ଘଟିଥିବା ଜଣାପଡିଛି।

ପୂର୍ବରୁ ମଧ୍ୟ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ହିନ୍ଦୁ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇ ଜୀବନ୍ତ ଜାଳି ଦିଆଯାଇଥିଲା।

 

Comments are closed.