Latest Odisha News

BREAKING NEWS

ଖୋଲିଲା ହୀରାକୁଦ ଜଳଭଣ୍ଡାର ଗେଟ୍, ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର : ହୀରାକୁଦ ଡ୍ୟାମର ଗେଟ୍ ଆଜି ଖୋଲାଯାଇଛି । ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସିତ ହେଲା ଜଳଭଣ୍ଡାରରୁ ।

ଆଜି ବିଭିନ୍ନ ପର୍ଯ୍ୟାୟରେ ୧୫ଟି ଗେଟ୍ ଖୋଲାଯିବା ସ୍ଥଳେ ମିଳିଥିବା ସୂଚନାନୁସାରେ ଏପର୍ଯ୍ୟନ୍ତ ୭ଟି ଗେଟରୁ ନିଷ୍କାସିତ ହେଉଛି ଜଳ ।

ଆଜି ହୀରାକୁଦ ଜଳଭଣ୍ଡାରର ୭ନମ୍ବର ଗେଟରୁ ପ୍ରଥମେ ଜଳ ନିଷ୍କାସିତ ହୋଇଥିଲା । ଆଜି ହୀରାକୁଦର ପ୍ରଥମ ବନ୍ୟାଜଳ ଛଡ଼ାଯିବା ନେଇ ଜଳଭଣ୍ଡାର ପରିସରରେ ପୂଜାର୍ଚ୍ଚନା କରାଯାଇଥିଲା ।

ମହାନଦୀର ଉପରମୁଣ୍ଡାରେ ଲଗାଣ ବର୍ଷା ହେବାର କୌଣସି ସମ୍ଭାବନା ନଥିବାରୁ ବନ୍ୟା ଆଶଙ୍କା ନଥିବା ପ୍ରକାଶ କରିଛନ୍ତି ଡ୍ୟାମ ମୁଖ୍ୟଯନ୍ତ୍ରୀଙ୍କ ସମେତ ଏସଆରସି । ସୁରକ୍ଷା ଦୃଷ୍ଟିରୁ ମହାନଦୀ ଅବବାହିକାରେ ବାସ କରୁଥିବା ଜିଲ୍ଲା ଗୁଡ଼ିକୁ ପୂର୍ବରୁ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇ ସ୍ଥାନାନ୍ତର କରାଯାଇଛି ।

ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ ହେବାର ପ୍ରାୟ ୩୬ ଘଣ୍ଟା ପରେ ମୁଣ୍ଡଳୀଠାରେ ପହଞ୍ଚିବ । ମୁଣ୍ଡଳୀଠାରେ ଜଳସ୍ତର କ୍ରମଶଃ କମିବାରେ ଲାଗିଥିବାରୁ କଟକସହରବାସୀଙ୍କର ଭୟଭିତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।

 

 

ଆଜି ହୀରାକୁଦ ଡ୍ୟାମରୁ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବା ସମୟରେ ସ୍ଥାନୀୟ ବାସିନ୍ଦା ଦେଖିବାକୁ ଭିଡ଼ ଜମାଇଥିଲେ । ଜଳ ନିଷ୍କାସନ ସମୟରେ ସ୍ଥାନୀୟ ବିଧାୟକ ଓ ଜିଲ୍ଲାପାଳଙ୍କ ସମେତ ବହୁ ପ୍ରଶାସନିକ ପଦାଧିକାରୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.