Latest Odisha News

ଐତିହାସିକ କେଦାରନାଥ ମହାପାତ୍ରଙ୍କ ୧୧୦ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଐତିହାସିକ କେଦାରନାଥ ମହାପାତ୍ରଙ୍କ ୧୧୦ତମ ଜୟନ୍ତୀ ସମାରୋହ କେଦାରନାଥ ଗବେଷଣା ପ୍ରତିଷ୍ଠାନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶାନ୍ତନୁ କୁମାର ରଥଙ୍କୁ କୃଷ୍ଣଚନ୍ଦ୍ର ମିଶ୍ର ସଂସ୍କୃତି ସମ୍ମାନ , ନମିତା ଦାଶଙ୍କୁ ଯତୀନ୍ଦ୍ର କୁମାର ଉପନ୍ୟାସ ସମ୍ମାନ , ଡ.ତାପସ ରଞ୍ଜନ ଷଢ଼ଙ୍ଗୀଙ୍କୁ ବୈଦ୍ୟ ବାସୁଦେବ ସ୍ମୃତି ସମ୍ମାନ , ରାଜକୁମାର ବେହେରାଙ୍କୁ ଲୋକନାଥ ଶତପଥୀ କଳା ସମ୍ମାନ’ ଏବଂ ସୁପ୍ରିୟା ପଣ୍ଡାଙ୍କୁ ଉମାକାନ୍ତ ମହାପାତ୍ର ଗଳ୍ପ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ସଭାପତି ରଘୁନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତ୍କଳ ସସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ମୁଖ୍ୟ ଅତିଥି ଭାବେ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରଧ୍ୟାପିକା ଡ.ସଙ୍ଘମିତ୍ରା ଭଞ୍ଜ, ମୁଖ୍ୟବକ୍ତା ଭାବେ ଏବଂ କେଦାରନାଥ ମହାପାତ୍ରଙ୍କ ପୁତ୍ର ନିର୍ମଳ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ସ୍ୱର୍ଗତଃ ମହାପାତ୍ରଙ୍କ ସ୍ମୃତି ଚାରଣ କରିବା ସହ ଓଡ଼ିଶାର ଇତିହାସ ତଥା ସାହିତ୍ୟ ପାଇଁ ତାଙ୍କ ଅତୁଳନୀୟ ଅବଦାନ ବିଷୟରେ ଆଲୋଚନା କରିଥିଲେ ।

ଅନୁଷ୍ଠାନର ସମ୍ପାଦକ ରମେଶ ଚନ୍ଦ୍ର ପାଣିଙ୍କ ସ୍ବାଗତ ଭାଷଣରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଯୁଗ୍ମ ସମ୍ପାଦକ ଦେବାଶିଷ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଜେନାମଣି ସଞ୍ଜୀବ କୁମାର ଅଭିଭାଷଣ ଦେଇଥିଲେ। ପରିଶେଷରେ ଅନ୍ୟତମ ଯୁଗ୍ମ ସମ୍ପାଦକ ରମେଶଚନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.