Latest Odisha News

BREAKING NEWS

ଉଦଘାଟିତ ହେଲା ଐତିହାସିକ ବାଲିଯାତ୍ରା ମହୋତ୍ସବ

କଟକ: ପ୍ରାଚୀନ ଉତ୍କଳୀୟ ବାଣିଜ୍ୟ ପରମ୍ପରାର ସ୍ମୃତିବହନ କରୁଥିବା ଐତିହାସିକ ବାଲିଯାତ୍ରା ମହୋତ୍ସବ ସୋମବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ଐତିହ୍ୟ ସମ୍ପନ୍ନ ବାଲିଯାତ୍ରା ଉତ୍ସବକୁ ଉଦଘାଟନ କରିଛନ୍ତି ।

କଟକ ମହାନଦୀକୂଳର ବାଲିପଠାରେ ନଭେମ୍ବର ୧୨ ତାରିଖ ଅର୍ଥାତ୍ ଆଜିର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ଆସନ୍ତା ୧୯ ତାରିଖରେ ଉଦଯାପିତ ହେବ ।

ଏହି ଉଦଘାଟନ ଉତ୍ସବରେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ସିଦ୍ଧାର୍ଥ ଚେକା ସୂର୍ଯ୍ୟୋଦିପୁର ଯୋଗଦାନ କରିଛନ୍ତି । ଏହି ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିବା ବେଳେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ ଜେନା, କଟକ ସାଂସଦ ଭର୍ତ୍ତୃହରି ମହତାବ, କଟକ-ବାରବାଟି ବିଧାୟକ ମହମ୍ମଦ ମୋକିମ୍ ଯୋଗଦେଇଥିଲେ ।

ଏଠାରେ ସୂଚନାଯୋଗ୍ୟ ଚଳିତ ବର୍ଷ ବାଲିଯାତ୍ରା ଉତ୍ସବରେ ବଲିଉଡ୍ ସେଲେବ୍ରିଟିଙ୍କ ଚମକ ଦେଖିବାକୁ ମିଳିବ ।

ଦୈନିକ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସହିତ ସନ୍ଧ୍ୟାକୁ ଅଧିକ ଆକର୍ଷିତ କରିବା ଲାଗି ବଲିଉଡର ନାମୀ ଦାମୀ କଳାକାର ଏଥର ବାଲିଯାତ୍ରା ଉତ୍ସବରେ ଯୋଗଦେବେ । ବଲିଉଡର ସ୍ୱନାମଧନ୍ୟ ଗାୟକ ଦଲେର୍ ମେହେନ୍ଦି, ସୋନା ମହାପାତ୍ର, କେକେ ଏବଂ ରୁତୁରାଜ ମହାନ୍ତି ଏଠାରେ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ।

Comments are closed.