Latest Odisha News

BREAKING NEWS

ବିଶ୍ୱ ଚକୋଲେଟ୍ ଦିବସ; ଜାଣନ୍ତୁ, କେବେଠୁ ହେଉଛି ପାଳିତ

ନୂଆଦିଲ୍ଲୀ: ପ୍ରତିବର୍ଷ ଆଜିର ଦିନ ତଥା ଜୁଲାଇ ୭ ତାରିଖରେ ‘ବିଶ୍ୱ ଚକୋଲେଟ୍ ଦିବସ’ ପାଳନ କରାଯାଇ ଆସୁଅଛି । ହେଲେ ଚଳିତ ଥର କରୋନା ଭାଇରସ ଯୋଗୁଁ ଏହାର ପାଳନ ଫିକା ପଡୁଥିବା ନଜର ଆସୁଛି ।

୧୫୫୦ ମସିହା ଜୁଲାଇ ମାସ ଆଜିର ଦିନରେ ପ୍ରଥମେ ୟୁରୋପରେ ଚକୋଲେଟ୍ ଡେ ପାଳନ କରାଯାଇଥିଲା । ଯାହାକୁ ପରବର୍ତ୍ତୀ ସମୟରେ ସାରା ଦୁନିଆରେ ପାଳନ କରାଯାଇଛୁ । ଚକୋଲେଟ୍ ଖାଇବାକୁ ସ୍ୱାଦିଷ୍ଟ ଲାଗୁଥିବା ବେଳେ ଏହା ଶରୀର ପାଇଁ ମଧ୍ୟ ହିତକର ହୋଇଥାଏ।

ଜାଣନ୍ତୁ, କଣ ରହିଛି ଏହାର ଇତିହାସ …

ଶୁଣା କଥାନୁଯାୟୀ ଦୁନିଆରେ ଚକୋଲେଟ୍ ପ୍ରାୟ ୪ ହଜାର ବର୍ଷପୂବେ ଆସିଛି । ଏପରିକି ପ୍ରଥମ ଥର ପାଇଁ ଚକୋଲେଟ୍ ଗଛ ଆମେରିକାରେ ଦେଖାଯାଇଥିଲା । ପରେ ଆମେରିକା ଓ ମେକ୍ସିକୋ ଚକୋଲେଟର ବ୍ୟବହାର କରିଥିଲେ । କେହି କେହି ଏମିତି ବି କୁହନ୍ତି ଯେ ୧୫୨୮ ମସିହାରେ ସ୍ପେନ ରାଜା ମେକ୍ସିକୋକୁ ଅକ୍ତିଆର କରିନେଇଥିଲେ । ଏପରିକି ରାଜାଙ୍କୁ କୋକୋ ମଧ୍ୟ ବହୁତ ପସନ୍ଦ ଆସିଥିଲା । ସେଥିପାଇଁ ରାଜା କୋକୋ ମଞ୍ଜିକୁ ସେଠାରୁ ସ୍ପେନ ନେଇଯାଇଥିଲେ । ଯାହାପରଠାରୁ ସେଠାରେ ମଧ୍ୟ ଚକୋଲେଟର ପ୍ରଚଳନ ଆରମ୍ଭ ହୋଇଥିଲା ।

ପରବର୍ତ୍ତୀ ସମୟରେ ଚକୋଲେଟର ସ୍ୱାଦ ବଦଳାଇବାକୁ ସେଥିରେ ମହୁ ଭଳି ଅନେକ ଜିନିଷ ମିଶା ଯାଇଥିଲା ।

Leave A Reply

Your email address will not be published.