Latest Odisha News

BREAKING NEWS

ଆସାମରେ ଏଚଏମପିଭି ପ୍ରଥମ ମାମଲା, ୧୦ ମାସ ଶିଶୁ ସଂକ୍ରମିତ

ଗୌହାଟି: ଆସାମରେ ଜଣେ ୧୦ ମାସର ଶିଶୁ ‘ହ୍ୟୁମାନ୍ ମେଟାପ୍ନ୍ୟୁମୋଭାଇରସ୍’ (ଏଚଏମପିଭି) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆସାମରେ ଏହା ପ୍ରଥମ ଘଟଣା। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ତେବେ ଶିଶୁଟି ଡିବ୍ରୁଗଡ଼ର ଆସାମ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସାଧୀନ ରହିଛି। ତା’ର ସ୍ବାସ୍ଥ୍ଯବସ୍ଥା ଏବେ ସ୍ଥିର ରହିଥିବା ଜଣାପଡିଛି।

ଏଏମସିଏଚ୍ ଅଧୀକ୍ଷକ ଡାକ୍ତର ଧ୍ରୁବଜ୍ୟୋତି ଭୂୟାଁ କହିଛନ୍ତି ଯେ ଥଣ୍ଡା ଜନିତ ଲକ୍ଷଣ ଥିବା ଏହି ଶିଶୁକୁ ଚାରି ଦିନ ପୂର୍ବେ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ‘ଲାହୌଲ’ର ଆଇସିଏମଆର-ଆରଏମଆରସିରୁ ଟେଷ୍ଟ ରିପୋର୍ଟ ଆସିବା ପରେ ସଂକ୍ରମଣ ନେଇ ସ୍ପଷ୍ଟ ହୋଇଥିଲା।’

ତେବେ ପିଲାଟିର ସ୍ବାସ୍ଥ୍ଯବସ୍ଥା ଏବେ ସ୍ଥିର ରହିଛି। ଏହା ଏକ ସାଧାରଣ ଭାଇରସ ଏବଂ ଏଥିରେ ଚିନ୍ତା କରିବାର କିଛି ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.