Latest Odisha News

ପ୍ରି ଅଲିମ୍ପିକ କ୍ୟାମ୍ପ ପାଇଁ ୨୭ଜଣିଆ ଖେଳାଳିଙ୍କ ନାମ ଘୋଷଣା କଲା ହକି ଇଣ୍ଡିଆ

ନୂଆଦିଲ୍ଲୀ: ପ୍ରି ଅଲିମ୍ପିକ ଶିବିର ପାଇଁ ହକି ଇଣ୍ଡିଆ ଗୁରୁବାର ୨୭ ସମ୍ଭାବ୍ୟ ଖେଳାଳିଙ୍କ ନାମ ଘୋଷଣା କରିଛି । ୨୧ ଜୁନରୁ ୮ ଜୁଲାଇ ପର୍ଯ୍ୟନ୍ତ ଏହି ଶିବିର ଆୟୋଜିତ ହେବ । ଅଲିମ୍ପିକରେ ଭାରତ ପୁଲ ବିରେ ବେଲଜିୟମ, ଆର୍ଜେଂଟିନା, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଓ ଆୟର୍ଲାଣ୍ଡ ସହ ରହିଛି । ଟୋକିଓ ଗେମ୍ସର ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ଟିମ ୨୭ ଜୁଲାଇରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଘୋଷିତ ଖେଳାଳିମାନଙ୍କ ନାମ ହେଲା- କୃଷ୍ଣ ବାହାଦୂର ପାଠକ, ପିଆର ଶ୍ରୀଜେଶ, ସୂରଜ କରକେରା, ହରମନପ୍ରୀତ ସିଂ, ଜରମନପ୍ରୀତ ସିଂ, ଅମିତ ରୋହୀଦାସ, ଯୁଗରାଜ ସିଂ, ସଞ୍ଜୟ, ଅମୀର ଅଲୀ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ବିବେକ ସାଗର, ସୁମିତ, ଶମସେର ସିଂ, ନୀଳକାନ୍ତ ଶର୍ମା, ରାଜକୁମାର ପାଲ, ବିଷ୍ଣୁକାନ୍ତ ସିଂ, ଆକାଶଦୀପ ସିଂ, ମହମ୍ମଦ ରାହୀଲ, ମନଦୀପ ସିଂ, ଲଲିତ କୁମାର ଉପାଧ୍ୟାୟ, ଅଭିଷେକ, ଦିଲପ୍ରୀତ ସିଂ, ସୁଖଜିତ ସିଂ, ଗୁରଜତ ସିଂ, ବବି ସିଂ ଧାମୀ ଓ ଅରଜିତ ସିଂ ରହିଛନ୍ତି ।

ଷ୍ଟ୍ରାଇକର ଦିଲପ୍ରୀତ ସିଂଙ୍କୁ ଦଳରେ ସ୍ଥାନ ମିଳିନି । କୋଚ କ୍ରେଗ ଫଲଟନ କହିଛନ୍ତି ଯେ, ଏହି ଶିବିର ଆମ ପ୍ରସ୍ତୁତିର ମୂଖ୍ୟ ଅଂଶ । ଫର୍ମ, ଫିଟନେସ ଏବଂ ରଣନୀତି ସବୁ କିଛି ଏଠାରେ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି ।

Comments are closed.