Latest Odisha News

BREAKING NEWS

ଶୁଅର୍ଡ ମରୀନ ହେଲେ ଭାରତୀୟ ହକି ଟିମର କୋଚ

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମକୁ ମିଳିଛି ନୂଆ କୋଚ । ହଲାଣ୍ଡର ଶୁଅର୍ଡ ମରୀନଙ୍କୁ ଶୁକ୍ରବାର ପୂନର୍ବାର ଭାରତୀୟ ହକି ଦଳର କୋଚ ନିଯୁକ୍ତ କରାଯାଇଛି । ୨୦୨୦ରେ ସେ ଟିମ ଇଣ୍ଡିଆର କୋଚ ଥିଲେ । ତାଙ୍କ ପ୍ରଶିକ୍ଷଣରେ ଭାରତୀୟ ଟିମ ୩୬ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଥିଲା । ଭାରତ ୪ର୍ଥ ସ୍ଥାନରେ ରହି ଅଳ୍ପକେ ବ୍ରୋଞ୍ଜ ପଦକ ହାସଲ ସୁଯୋଗ ହାତଛଡା କରିଥିଲା । ହକି ଇଣ୍ଡିଆ ମରୀନ କୋଚ ହେବା ସମ୍ପର୍କରେ ସୂଚନା ଦେଇଛି ।

ପାଖାପାଖି ୫ ବର୍ଷ ପରେ ମୁଁ ଏହି ଗୁରୁ ଦାୟିତ୍ୱ ପୂନର୍ବାର ଗ୍ରହଣ କରିବାକୁ ଯାଉଛି । ନୂତନ ଶକ୍ତି ଓ ଯୋଜନା ସହ ମୁଁ ଫେରିଛି । ଭାରତୀୟ ଟିମ କିପରି ଆନ୍ତର୍ଜାତୀୟ ହକିରେ ଭଲ ପ୍ରଦର୍ଶନ କରିବ ସେଥିପ୍ରତି ଯତ୍ନବାନ ହେବି । ମରୀନଙ୍କ ସହ ବେନ ଲୋମ୍ବାର୍ଡଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି । ସେ ସାଇଂଟିଫିକ ଆଡଭାଇଜର ଓ ହେଡ ଅଫ ଆଥଲେଟ ଫର୍ଫମାନ୍ସ ଭୂମିକା ତୁଲାଇବେ । ତାଙ୍କ ପ୍ରଶିକ୍ଷଣ ବେଳେ ଭାରତୀୟ ଖେଳାଳି ସମ୍ପୂର୍ଣ୍ଣ ଭାବେ ଫିଟ ଥିଲେ । ୨୦୨୦ରେ ଭର୍ତ ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା ।

Leave A Reply

Your email address will not be published.