Latest Odisha News

ହକି ଇଣ୍ଡିଆ ଜୁନିୟର ଇଷ୍ଟ ଜୋନ ଚାମ୍ପିୟନଶିପ: ଓଡିଶା ପୁରୁଷ ଟିମ ଚାମ୍ପିୟନ, ମହିଳା ତୃତୀୟ

ଭୁବନେଶ୍ୱର: ହକି ଇଣ୍ଡିଆ ଇଷ୍ଟ ଜୋନ ଜୁନିୟର ହକି ଚାମ୍ପିୟନଶିପରେ ଓଡିଶାର ପୁରୁଷ ଟିମ ପ୍ରଭାବୀ ପ୍ରଦର୍ଶନ କରି ଚାମ୍ପିୟନ ହୋଇଛନ୍ତି । ଫାଇନାଲରେ ଓଡିଶା ୨-୦ ଗୋଲରେ ଝାଡଖଣ୍ଡକୁ ପରାସ୍ତ କରି ଏହି ସଫଳତା ହାସଲ କରିଛି । ଓଡିଶା ପକ୍ଷରୁ ଆର୍ଯ୍ୟନ ଏକ୍ସ ୨୫ତମ ଓ ଦେଓନାଥ ନାନୱାଲ ୨୭ତମ ମିନିଟରେ ଗୋଲ ସ୍କୋର କରିଥିଲେ । ଝାଡଖଣ୍ଡ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ଗୋଲ କରିବାରେ ସଫଳ ହୋଇ ନ ଥିଲା ।

ମହିଳା ବିଭାଗରେ ତୃତୀୟ ସ୍ଥାନ ପାଇଁ ହୋଇଥିବା ମୁକାବିଲାରେ ଓଡିଶା ୪-୩ ପେନାଲ୍ଟି ଶୁଟଆଉଟରେ ମଣିପୁରକୁ ପରାସ୍ତ କରିଥିଲା । ଓଡିଶାର ଟିମର ପ୍ରଦର୍ଶନ ନେଇ ଓଡିଶା ହକି ସଂଘର ସଭାପତି ଦିଲ୍ଲୀପ ତିର୍କୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଗାମୀ ଦିନରେ ଏହି ଯୁବ ଖେଳାଳିମାନେ ରାଜ୍ୟ ପାଇଁ ସୁନାମ ଆଣିବେ ବୋଲି କୋଚ ଲକ୍ଷ୍ମୀନାରାୟଣ ପତି ଆଶା ବ୍ୟକ୍ତ କରିଛନ୍ତି ।

Comments are closed.