Latest Odisha News

BREAKING NEWS

୮ ବର୍ଷ ପରେ ପୂନର୍ବାର ଆରମ୍ଭ ହେବାକୁ ଯାଉଛି ହକି ଇଣ୍ଡିଆ ଲିଗ

ନୂଆଦିଲ୍ଲୀ: ୮ ବର୍ଷ ପରେ ପୂନର୍ବାର ହକି ଇଣ୍ଡିଆ ଲିଗ ଆରମ୍ଭ ହେବାକୁ ଯାଉଛି । ଏଥିରେ ୮ ପୁରୁଷ ଓ ୬ ମହିଳା ଦଳ ଅଂଶଗ୍ରହଣ କରିବେ । ହକି ଇଣ୍ଡିଆ ଲିଗରେ ଭାଗ ନେବାକୁ ଆଗ୍ରହୀ ଖେଳାଳି ଓ ସପୋର୍ଟିଂ ଷ୍ଟାଫଙ୍କ ନିକଟରୁ ଦରଖାସ୍ତ ଆହ୍ୱନ କରିଛି । ଡିସେମ୍ବର ୨୦୨୪ ଓ ଫେବୃୟାରୀ ୨୦୨୫ ମଧ୍ୟରେ ଏହା ଆୟୋଜିତ ହେବ । ଆନ୍ତର୍ଜାତୀୟ ହକି ମହାସଂଘ ଏଥିନେଇ ସବୁଜ ସଙ୍କେତ ଦେଇସାରିଛି । ଏହି ଲିଗ ବିଶ୍ୱସ୍ତରରେ ବେଶ ଲୋକପ୍ରିୟତା ହାସଲ କରିଥିଲା । ଏହାର ପୂନର୍ବାର ଆରମ୍ଭ ହେବାକୁ ଯାଉଥିବାରୁ ହକିପ୍ରେମୀମାନେ ବେଶ ଖୁସୀ ଅଛନ୍ତି ବୋଲି ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ କହିଛନ୍ତି ।

୨୦୧୩ରେ ଏହି ଲିଗ ଆରମ୍ଭ ହୋଇଥିଲା । ୨୦୧୭ ପରେ ଏହା ବନ୍ଦ ହୋଇ ଯାଇଥିଲା । ଏଥିରେ କଳିଙ୍ଗ ଲାନ୍ସର୍ସ ଟିମ ଚାମ୍ପିୟନ ହୋଇଥିଲା । ୫ଟି ଯାକ ସଂସ୍କରଣରେ ଅଲଗା ଅଲଗା ଟିମ ଟାଇଟଲ ହାସଲ କରିଥିଲେ । ରାଞ୍ଚି ରାଇନୋଜ ଉଦଘାଟନୀ ସଂସ୍କରଣରେ ଚାମ୍ପିୟନ ହୋଇଥିଲା । ଏହା ପରେ ଏହି ଦଳ ଅଂଶଗ୍ରହଣ କରି ନ ଥିଲା । ପରେ ରାଞ୍ଚି ରେଜ ନାମରେ ଏହା ସାମିଲ ହୋଇଥିଲା । ମହେନ୍ଦ୍ର ସିଂ ଧୋନୀ ଏହାର ମାଲିକ ଥିଲେ । ୨୦୧୫ରେ ଏହି ଦଳ ଟାଇଟଲ ହାସଲ କରିଥିଲା ।

Comments are closed.