Latest Odisha News

ଏଫଆଇଏଚ ପ୍ରୋ ଲିଗ: ୩୨ ଜଣିଆ ଦଳରେ ଓଡିଶାରୁ ୩

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଫେବୃୟାରୀ ୧୫ରୁ ୨୫ ପର୍ଯ୍ୟନ୍ତ ଏଫଆଇଏଚ ପୋ ଲିଗ ୨୦୨୪-୨୫ ଖେଳାଯିବ । ଏଥିପାଇଁ ହରମନପ୍ରୀତ ସିଂଙ୍କ ନେତୃତ୍ୱରେ ୩୨ ଜଣିଆ ଭାରତୀୟ ଦଳର ଘୋଷଣା କରାଯାଇଛି । ଏଥିରେ ଓଡିଶାର ଅମିତ ରୋହୀଦାସ, ନୀଲମ ସଞ୍ଜୀପ ଖେସ ଓ ଶୀଲାନନ୍ଦ ଲାକ୍ରା ସ୍ଥାନ ପାଇଛନ୍ତି । ଗୁରୁବାର ହକି ଇଣ୍ଡିଆ ପକ୍ଷରୁ ଏହି ଦଳ ଘୋଷଣା କରାଯାଇଛି । ଭାରତୀୟ ଦଳରେ ଅନେକ ଭଲ ଖେଳାଳି ଅଛନ୍ତି । ମୁଁ ସେମାନଙ୍କ ସହ ପ୍ରଶିକ୍ଷଣ ଆରମ୍ଭ କରିବା ନେଇ ବ୍ୟଗ୍ର ବୋଲି ହକି କୋଚ କ୍ରେଗ ଫୁଲଟନ କହିଛନ୍ତି । ଟିମ ଇଣ୍ଡିଆ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବ ବୋଲି ସେ ଦୃଢ଼ ଆଶା ପୋଷଣ କରିଛନ୍ତି । ସ୍ପେନ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ସ୍ପେନ, ଜର୍ମାନୀ, ଆୟର୍ଲାଣ୍ଡ ଓ ଇଂଲଣ୍ଡ ବିପକ୍ଷରେ ଭାରତ ମ୍ୟାଚ ଖେଳିବ । ପ୍ରତ୍ୟେକ ଟିମ ପରସ୍ପର ବିପକ୍ଷରେ ୨ଟି ଲେଖାଏଁ ମ୍ୟାଚ ଖେଳିବ ।

ଭାରତୀୟ ହକି ଦଳ: କ୍ରିଷ୍ଣା ବାହାଦୂର ପାଠକ, ସୂରଜ କାରକେରା, ପ୍ରିନ୍ସଦୀପ ସିଂ, ଜରମନପ୍ରୀତ ସିଂ, ଅମିତ ରୋହୀଦାସ, ହରମନପ୍ରୀତ ସିଂ, ସୁମିତ, ସଞ୍ଜୟ, ଯୁଗରାଜ ସିଂ, ନୀଲମ ସଞ୍ଜୀପ ଖେସ, ବରୁଣ କୁମାର, ଯଶଦୀପ ସିୱାଚ, ରାଜକୁମାର ପାଲ, ଶମଶେର ସିଂ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ବିବେକ ସାଗର, ପ୍ରସାଦ, ନୀଳକାନ୍ତ ଶର୍ମା, ମୋଇରାଙ୍ଗଥେମ ରବିଚନ୍ଦ୍ର ସିଂ, ରାଜିନ୍ଦର ସିଂ, ଅଭିଷେକ, ସୁଖଜିତ ସିଂ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ, ଗୁରଯନ୍ତ ସିଂ, ବବି ସିଂ ଧାମି, ଶୀଲାନନ୍ଦ ଲାକ୍ରା, ଦିଲପ୍ରୀତ ସିଂ, ଅର୍ଜିତ ସିଂ, ଉତମ ସିଂ, ଅଙ୍ଗଦବୀର ସିଂ ଓ ଅର୍ଶଦୀପ ସିଂ ।

Comments are closed.