Latest Odisha News

ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ ହକି ତାରକା

ଜଳନ୍ଧର: ଭାରତର ଦୁଇ ଷ୍ଟାର ହକି ଖେଳାଳି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଅଲିମ୍ପିଆନ ମନଦୀପ ସିଂ ଓ ମହିଳା ହକି ଟିମର ଡିଫେଣ୍ଡର ଉଦିତା କୌର ବିବାହ କରିଛନ୍ତି । ଜଳନ୍ଧର ମଡେଲ ଟାଉନ ସ୍ଥିତ ଗୁରୁଦ୍ୱାରା ସିଂ ସଭାରେ ସେମାନେ ପାରମ୍ପାରିକ ରୀତିନୀତିରେ ବିବାହ କରିଥିଲେ । ଭାରତୀୟ ହକି ଟିମର ସାଧାରଣ ସମ୍ପାଦକ ଭୋଲା ସିଂଙ୍କ ସମେତ ସମ୍ପୂର୍ଣ୍ଣ ଟିମ ଏହି ବିବାହ କାର୍ଯ୍ୟରେ ଉପସ୍ଥିତ ଥିଲେ । ୨୦୧୮ ଏସିଆନ ଗେମ୍ସ ଅବସରରେ ଉଭୟ ପରସ୍ପରକୁ ପ୍ରଥମ ଥର ପାଇଁ ଭେଟିଥିଲେ । ପ୍ରଥମ ଦେଖାରେ ସେମାନେ ପରସ୍ପରକୁ ଭଲ ପାଇ ବସିଥିଲେ । ଆମେ ଏଥର ଭାରତ ପାଇଁ ପୁରୁଷ ଏବଂ ମହିଳା ବିଭାଗରେ ଅଧିକରୁ ଅଧିକ ପଦକ ଆଣିବା ପାଇଁ ଉଦ୍ୟମ କରିବେ ବୋଲି ମନଦୀପ କହିଛନ୍ତି ।

ଉଦିତା ପ୍ରଥମେ ହ୍ୟାଣ୍ଡବଲରେ କ୍ୟାରିୟର ଆରମ୍ଭ କରିଥିଲେ । ପରେ ସେ ହକି ପ୍ରେମରେ ପଡି ଯାଇଥିଲେ । ୨୦୧୮ ଏସିଆନ ଗେମ୍ସ, ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡା, ୨୦୨୩ ଏସିଆନ ଚାମ୍ପିୟନ୍ସ ଟ୍ରଫି ପଦକ ବିଜେତା ଟିମର ସଦସ୍ୟ ଉଦିତା ରହି ସାରିଛନ୍ତି । ୨୦୨୧ ଟୋକିଓ ଅଲିମ୍ପିକ୍ସରେ ୪ର୍ଥ ସ୍ଥାନ ହାସଲ କରିଥିବା ଭାରତୀୟ ଦଳର ସଦସ୍ୟ ମଧ୍ୟ ଥିଲେ । ଅପରପକ୍ଷରେ ମନଦୀପ ୨୦୧୪, ୨୦୧୮ ବିଶ୍ୱକପ, ଏସିଆନ ଗେମ୍ସ(୨୦୧୮), ରାଜ୍ୟଗୋଷ୍ଠୀ କ୍ରୀଡା(୨୦୧୮), ଏସିଆ କପ(୨୦୧୩), ଚାମ୍ପିୟନ୍ସ ଟ୍ରଫି ୨୦୧୬ ଓ ୨୦୧୮ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି ।

Leave A Reply

Your email address will not be published.