ହକି ପ୍ରୋ-ଲିଗ୍: ଅନ୍ ଲାଇନ୍ ଟିକେଟ ବୁକିଂ ସାଇଟ୍ ଖୋଲୁଖୋଲୁ ୱେଷ୍ଟ ଷ୍ଟାଣ୍ଡ୍ର ଟିକେଟ୍ ସଂରକ୍ଷିତ ହେଲା କିପରି?
ରାଉରକେଲା: ହକି ପ୍ରୋ ଲିଗ ଟିକେଟ ବୁକିଂ କରି ଅନେକ ଏବେ ଦୋଛକିରେ। କାରଣ ପଇସା କଟିଯାଇଛି କିନ୍ତୁ ଟିକେଟ କନଫପରମେସନ ବା ଟିକେଟ ସୁନିଶ୍ଚିତ ହୋଇଥିବା ସ୍ପଷ୍ଟ ହୋଇନି। ଯାହା ଲୋକଙ୍କୁ ଦୋଛକରି ପକାଇ ଦେଇଛି। ଓ୍ବେବସାଇଟ ଖୋଲୁଖୋଲୁ ଏହି ଅସୁବିଧା ରହିଥିବା ବେଳେ ୱେଷ୍ଟ ଷ୍ଟାଣ୍ଡ୍ର ଟିକେଟ୍ କିପରି ସଂରକ୍ଷିତ ହେଲା ତାହା ଏବେ ପ୍ରଶ୍ନବାଚୀ। ଟିକେଟ କାଟିବାକୁ ଯାଇ ଏପରି ହଇରାଣ ହୋଇଛନ୍ତି ଅନେକ ହକିପ୍ରେମୀ। ସୋମବାରଠୁ ଏହି ହକି ଟିକେଟ ବୁକିଂ ଆରମ୍ଭ ହୋଇଛି।
ମାର୍ଚ୍ଚ ୧୦ରୁ ରାଉରକେଲାସ୍ଥ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପ୍ରୋ-ଲିଗ୍ ମ୍ୟାଚ ଆରମ୍ଭ ହେବାକୁ ଯାଉଛି। ଏଥିରେ ଅନେକ ଦେଶର ଖେଳାଳି ଅଂଶଗ୍ରହଣ କରିବେ। ସୋମବାର ୧୨ଟାରୁ ଏଥିପାଇଁ ଅନଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଟିକେଟ୍ଜିନି.ଇନ୍କୁ ଅନଲାଇନ୍ ଲଗ୍ ଇନ୍ କରିବା ପରେ ଠିକ୍ ଭାବେ ୱେବସାଇଟ୍ ଖୋଲିନଥିଲା। ଯେତେବେଳେ ଓ୍ବେବସାଇଟ୍ ଖୋଲିଥିଲା ସେତେବେଳେ ବିଭିନ୍ନ ପ୍ରକାର ଅସୁବିଧାକୁ ସାମ୍ନା କରିଛନ୍ତି ହକିପ୍ରେମୀ। ସେହିପରି ଟିକେଟ୍ ବିକ୍ରି ଆରମ୍ଭରୁ ୱେଷ୍ଟ୍ ଷ୍ଟାଣ୍ଡ୍ର କେବଳ ଗୋଟିଏ ଗ୍ୟାଲେରୀରେ ଟିକେଟ୍ ଉପଲବ୍ଧ ଥିବା ଦେଖିବାକୁ ମିଳିଥିଲା।
ତେବେ ଏଠାରେ ପ୍ରଶ୍ନ ଉଠୁଛି, ସାଇଟ୍ ଖୋଲୁଖୋଲୁ ୱେଷ୍ଟ ଷ୍ଟାଣ୍ଡ୍ର ଟିକେଟ୍ ସବୁ ସଂରକ୍ଷିତ ହେଲା କେମିତି? ଠିକ୍ ଭାବେ ୱେବ୍ସାଇଟ୍ ଖୋଲୁନଥିବା ବେଳେ ଏକାସାଙ୍ଗରେ ଏତେ ସଂଖ୍ୟକ ଟିକେଟ୍ ବୁକିଂ କିପରି ହେଲା?
ଉଲ୍ଲେଖଯୋଗ୍ୟ, ଶତାଧିକ ଲୋକ ଟିକେଟ ବିକ୍ରି ପାଇଁ ଅନଲାଇନ୍ ଆକ୍ଟିଭ ହେବା ପରେ ପେମେଣ୍ଟ ଗେଟଓ୍ୱେରେ ବଡ ସମସ୍ୟା ଦେଖିବାକୁ ମିଳିଛି। ଟିପିଏସ୍ଏଲ୍ ଇଣ୍ଡିଆ.ଇନ୍ ମାଧ୍ୟମରେ ଟଙ୍କା ପୈଠ କରିବାକୁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ଦୀର୍ଘସ୍ଥାୟୀ ନଥିଲା। ଫଳରେ ସ୍ଥିତିରେ କୌଣସି ସୁଧାର ଆସିପାରିନି।
Comments are closed.