ଭୁବନେଶ୍ୱର: ହକି ପୁରୁଷ ବିଶ୍ୱକପ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ । ଆଜି ଉଦଘାଟନୀ ଉତ୍ସବ । କମ୍ପୁଛି କଟକ ସହର । ବାରବାଟୀ ଷ୍ଟାଡିୟମରେ ହେବ ଉଦଘାଟନୀ ଉତ୍ସବ । ଉଦ୍ଘାଟନୀ ଉତ୍ସବ ଦେଖିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ହାପ-ଡେ ଛୁଟି ଘୋଷଣା କରାଯରାଇଛି । ଅପରାହ୍ନ ୨ଟା ପରେ ସମସ୍ତ କର୍ମଚାରୀଙ୍କ ପାଇଁ ମଧ୍ୟ ଛୁଟି ଘୋଷଣା କରାଯାଇଛି । ଏହା ପୂର୍ବରୁ ଉଦ୍ଘାଟନୀ ଉତ୍ସବ ପାଇଁ କଟକ ସମସ୍ତ ସ୍କୁଲ କଲେଜକୁ ମଧ୍ୟ ଅଧାରୁ ବନ୍ଦ କରି ଦିଆଯାଇଛି ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଯୋଗଦେବେ । ଅପରାହ୍ଣ ୪ଟାରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଯୋଗଦେବା ସହ ଉତ୍ସବକୁ ଉଦଘାଟନ କରିବା ନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ଏପଟେ କଟକ ସହର ପଡୁଛି ଉଠୁଛି । ଚମକୁଛି ବାରବାଟି । ଉଦଘାଟନୀ ଉତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୩ଟାରୁ ଆରମ୍ଭ ହେବ କାର୍ଯ୍ୟକ୍ରମ । ସ୍ପୋର୍ଟସ ଓଡ଼ିଶା, ୟୁଟ୍ୟୁବ ଚାନେଲ, ଡିଡି ସ୍ପୋର୍ଟସ ଏବଂ watch.hockey.com ରେ ପ୍ରସାରଣ କରାଯିବ । ଉଦଘାଟନୀ ଉତ୍ସବକୁ ରଙ୍ଗାରଙ୍ଗ କରିବେ ବଲିଉଡ ଅଭିନେତା ରନଭିର ସିଂହ, ଦିଶା ପଟାନୀ । ୱାର୍ଲଡ କପ ଥିମ ସଙ୍ଗ ହକି ହୈ ଦିଲ ମେରା’ର କମ୍ପୋଜର ପ୍ରୀତମ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାବ୍ୟତୀତ ଓଡ଼ିଶାର କେ-ପପ୍ ବ୍ୟାଣ୍ଡ ବ୍ଲାକସ୍ୱାଙ୍ଗର ଶ୍ରୀୟା ଲେଙ୍କା ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ କରିବେ । ତେବେ କ’ଣ ରହିଛି ଆଜିର କାର୍ଯ୍ୟକ୍ରମ ତା ଉପରେ ନଜର ପକାନ୍ତୁ ।
ଅପରାହ୍ନ ୩ଟାରୁ ଆରମ୍ଭ ହେବ କାର୍ଯ୍ୟକ୍ରମ । ଆରମ୍ଭରୁ ରହିଛି ଡିଜେ । ୩ଟା ୫୦ରେ ରହିଛି ଅରୁଣା ମହାନ୍ତି ଓ ନମିତା ମେଲେକାଙ୍କ ଦ୍ୱାରା ଆଦିବାସୀ ଚିତ୍ର କଳା ପ୍ରଦର୍ଶନୀ । ୪ଟାରେ ରହିଛି ସ୍ନିତି ମିଶ୍ରଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ । ୪ଟା ୨୫ରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ପରିବେଷଣ କରିବେ ନୃତ୍ୟ ।
୪,୩୫-ରାପର ବିଗ ଡିଲଙ୍କ ସଙ୍ଗୀତ ପରିବେଷଣ
୪.୪୫-ରିଜୁରାଜ ମହାନ୍ତିଙ୍କ ସଙ୍ଗୀତ ପରିବେଷଣ
୫.୧୦-ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁଙ୍କ ନୃତ୍ୟ କାର୍ଯ୍ୟକ୍ରମ
୫.୨୦-ଲିସା ମିଶ୍ରଙ୍କ ସଙ୍ଗୀତ ପରିବେଷଣ
୬.୦୦-ଭବ୍ୟ ସ୍ୱାଗତ ଓ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା
୬.୧୫-ହକି ବିଶ୍ୱକପ ସଙ୍ଗୀତ ପରିବେଷଣ ଓ ଜାଇଲୋବ୍ୟାଣ୍ଡ ପ୍ରଦର୍ଶନ
୬.୨୦-ସମ୍ମାନିତ ଅତିଥିଙ୍କ ଦ୍ୱାରା ଭାଷଣ ଓ ଆତସବାଜୀ ସୋ
୬.୩ ୧-ବ୍ଲାକସ୍ୱାନଙ୍କ ଦ୍ୱାରା ସଙ୍ଗୀତ ଓ ନୃତ୍ୟ ପରିବେଷଣ
Comments are closed.