Latest Odisha News

BREAKING NEWS

ହକି ବିଶ୍ୱ କପ ଦ୍ୱାରା ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଅନେକ ସୁଯୋଗ ସୃଷ୍ଟି ହେବ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ନଭେମ୍ବର ୨୮ ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୧୪ତମ ପୁରୁଷ ହକି ବିଶ୍ୱ କପ୍ ଯୋଗୁଁ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଅନେକ ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି ପର୍ତୁଗାର୍ଲ ଆଣ୍ଡ ଲାଓସ୍ର ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ, ଲେଖକ ଓ କ୍ରୀଡା ବିଶେଷଜ୍ଞ ଡ. ଜିତେନ୍ଦ୍ରନାଥ ମିଶ୍ର ।

ସୋଆ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ସ୍କୁଲ୍ ଅଫ ହୋଟେଲ୍ ମ୍ୟାନେଜ୍ମେଂଟର ଓରିଏନ୍ଟେସନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡ. ମିଶ୍ର କହିଥିଲେ ଯେ ଆନ୍ତର୍ଜାତୀୟ ହକି ଦ୍ୱାରା ପର୍ଯ୍ୟଟନ କ୍ଷେତ୍ରରେ ଅନେକ ଉନ୍ନତି ହୋଇପାରିବ ।

ହକି ବିଶ୍ୱକପ୍ରେ ୧୬ଟି ଦେଶ ଭାଗ ନେଉଥିବା ବେଳେ ବିଭିନ୍ନ ଦେଶର ହଜାର ହଜାର ସଂଖ୍ୟକ କ୍ରୀଡ଼ାପ୍ରେମୀ ଭୁବନେଶ୍ୱରରେ ଠୂଳ ହେବେ । ସେମାନେ ହୋଟେଲ୍ ରୁମ, ବିଭିନ୍ନ ପ୍ରକାର ଖାଦ୍ୟ ଏବଂ ଅବସର ନିମନ୍ତେ ବିଭିନ୍ନ ସ୍ଥାନ ଲୋଡ଼ି ପାରନ୍ତି । ତେଣୁ ରାଜ୍ୟ ସରକାର ମଧ୍ୟ ଏ ଦିଗରେ ଦୃଷ୍ଟି ଦେବେ ବୋଲି ଡ. ମିଶ୍ର କହିଛନ୍ତି ।

ରାଜ୍ୟ ସରକାରଙ୍କ ଦ୍ୱାରା କ୍ରୀଡ଼ା ଓ ପର୍ଯ୍ୟଟନ କ୍ଷେତ୍ରର ଉପଦେଷ୍ଟା ଭାବେ ନିଯୁକ୍ତି ପାଇଥିବା ଡ. ମିଶ୍ର କହିଛନ୍ତି ଅନେକ ପର୍ଯ୍ୟଟକ ଭୁବନେଶ୍ୱରରେ ବୁଲିବା ପାଇଁ, ବିଭିନ୍ନ ଦର୍ଶନୀୟ ସ୍ଥାନ ଦେଖିବା ପାଇଁ, ଖାଦ୍ୟ ଓ ପୋଷାକ ପାଇଁ ଆକୃଷ୍ଟ ହୋଇପାରନ୍ତି । ତେଣୁ ଏମାନଙ୍କ ଆତିଥ୍ୟ ପ୍ରତି ଦୃଷ୍ଟି ଦେବା ନିହାତି ଜରୁରୀ ।

ସୋଆର କୁଳପତି ପ୍ରଫେସର ଅମିତ ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରର ନିର୍ଦ୍ଦେଶକ ଶ୍ରୀ ଏସ୍.ସି.ହୋତା, ମେ ଫେୟାର ହୋଟେଲ୍ସ ଆଣ୍ଡ ରିସୋର୍ଟସ୍ର କର୍ପୋରେଟ୍ ସେଫ୍ ଶ୍ରୀ ନିଶାର ଅହମ୍ମଦ ଏବଂ ଫର୍ଚୁନ୍ ପାର୍କ ସିସ୍ମୋ ହୋଟେଲ୍ର ଆକୋମୋଡେସନ୍ ମ୍ୟାନେଜର ଶ୍ରୀ ପ୍ରସନ୍ନ ରାୟ ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ ଶ୍ରୀ ହୋତା କହିଥିଲେ ଯେ ଆଭିଏସନ୍ ଏବଂ ହସ୍ପିଟାଲିଟି ସେକ୍ଟର ପରସ୍ପର ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରୁଛନ୍ତି । ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନଯାତ୍ରୀଙ୍କ ସଂଖ୍ୟା ୪୪ ପ୍ରତିଶତ ବୃଦ୍ଧି ପାଇଛି । ବିମାନବନ୍ଦର ବାହାରେ ଗୋଟିଏ ଫାଇଭ୍ଷ୍ଟାର ଏବଂ ଅନ୍ୟଏକ ଥ୍ରୀ ଷ୍ଟାର ହୋଟେଲ୍ ନିର୍ମାଣ କରିବା ପାଇଁ ଆଇଏଏଆଇ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ଶ୍ରୀ ହୋତା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.