ବେଙ୍ଗାଲୁର: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ପୂର୍ବରୁ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରକୁ ନେଇ ଏକ ବଡ ଖବର ସମ୍ମୁଖକୁ ଆସିଛି । ମିନି ନିଲାମ ପୂର୍ବରୁ କାନ୍ତାରା ଫିଲ୍ମର ନିର୍ମାତା ହୋମବେଲ ଫିଲ୍ମସ ଆରସିବିକୁ ନେଇ ଆଗ୍ରହ ପ୍ରକାଶ କରିଛି । ଟିମର ମାଲିକାନା ରାଇଟ୍ସ ହାତେଇବା ପାଇଁ ଡିୟାଗୋ ଇଣ୍ଡିଆ ସହିତ ଆଲୋଚନା ଚାଲିଛି । ଆଇପିଏଲ ୨୦୨୬ ପୂର୍ବରୁ ଏହି ଡିଲ ଚୂଡାନ୍ତ ହେବ ବୋଲି ଆଶା କରାଯାଉଛି ।
ଆରସିବିକୁ କିଣିବା ପାଇଁ ପୂର୍ବରୁ ଗୌତମ ଅଦାନୀ, ଜେରୋଧାର ନିଖିଲ କାମତ, ଜେଏସଡବ୍ଲୁୃ୍ୟ ଗ୍ରୁପ, ସୀରମ ଇନଷ୍ଟିଚ୍ୟୁଟର ମାଲିକ ଅଦାର ପୂନାୱାଲା ଓ ଦେବାଯାନୀ ଇଂଟରନ୍ୟାଶନାଲ ମଧ୍ୟ ଆଗ୍ରହ ଦେଖାଇଛନ୍ତି । ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି ଯେ, ଡିୟୋଗା ନିକଟକୁ କେଉଁ କମ୍ପାନୀ ଅଫିସିଆଲ ପ୍ରପୋଜାଲ ପଠାଇଛି । ୧୮ ବର୍ଷ ପରେ ଆରସିବି ଏଥର ଟାଇଟଲ ହାସଲ କରିଥିଲା । ଫାଇନାଲରେ ପଞ୍ଜାବ କିଙ୍ଗସକୁ ହରାଇ ଦଳ ଚାମ୍ପିୟନ ହୋଇଥିଲା । ଡିୟୋଗା ଇଣ୍ଡିଆ ଆରସିବି ଭାଲ୍ୟୁ ୧୭୦୦୦ କୋଟି ଟଙ୍କା ରଖିଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।
Comments are closed.