Latest Odisha News

BREAKING NEWS

ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗୋମାଙ୍ଗଙ୍କ ଘରବାହୁଡା ! ଖୁବ ଶୀଘ୍ର କଂଗ୍ରେସକୁ ଫେରିପାରନ୍ତି ସପରିବାର

ଭୁବନେଶ୍ୱର:ଘରକୁ ପ୍ରତ୍ୟାବର୍ତ୍ତନ କରିବେ ଗୋମାଙ୍ଗ ପରିବାର । ଦୀର୍ଘ ୬ ମାସ ପରେ  ଘର ମୁହାଁ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗରିଧାରୀ ଗୋମାଙ୍ଗଙ୍କ ସହ ତାଙ୍କ ପତ୍ନୀ ହେମା ଗମାଙ୍ଗ ଓ ପୁଅ  ଶିଶିର। ହାଇଦ୍ରାବାଦରେ ଭାରତ ରାଷ୍ଟ୍ର ସମିତି(BRS) ରେ ସାମିଲ ହେବାର ୬ ମାସ ପରେ ନିଜ ଘର ଅର୍ଥାତ କଂଗ୍ରେସକୁ ଫେରୁଥିବା ଜଣାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗିରିଧର ଗୋମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ ବୁଧବାର ଦିଲ୍ଲୀରେ ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାରଙ୍କୁ ଭେଟିଥିଲେ । ଦଳକୁ ଫେରିବା ନେଇ ଚେଲ୍ଲା କୁମାରଙ୍କ ସହ ଆଲୋଚନା ହୋଇଥିଲା । ତେଣୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗୋମାଙ୍ଗ, ପତ୍ନୀ ହେମବତୀ ଏବଂ ପୁଅ ଶିଶିର କଂଗ୍ରେସକୁ ଫେରିବା ନେଇ ଆଲୋଚନା ଜୋର ଧରିଛି ।

ଶିଶିର ଦ ନିଉ ଇଣ୍ଡିଆନ ଏକ୍ସପ୍ରେସକୁ ଏକ ସାକ୍ଷାତ ଦେଇ କହିଛନ୍ତି, ତାଙ୍କ ପରିବାର କଂଗ୍ରେସକୁ ଫେରିବା ପାଇଁ ଚାହୁଁଛନ୍ତି । ଏ ନେଇ ସେ ଚେଲ୍ଲାକୁମାରଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ସଫଳ ହୋଇଛି । ଗୋମାଙ୍ଗ ପରିବାର ଘରକୁ ଫେରିବାର ସମ୍ଭାବନା ଦେଖା ଦେଇଛି ।

ଏପରିକି ଚଳିତମାସ ଶେଷରେ ନୂଆଦିଲ୍ଲୀରେ ବରିଷ୍ଠ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ଏକ ଜଏନିଂ ସେରିମନି ଆୟୋଜନ ହେବ ଏବଂ ଗୋମାଙ୍ଗ ପରିବାର ଦଳରେ ମିଶିବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।

ସୂଚନାଥାଉ କି, ବିଜେପି ଛାଡିବା ପରେ ଗୋମାଙ୍ଗ  ପରିବାର ଗତ ଜାନୁଆରୀ ୨୭ରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଦଳ ବିଆରଏସରେ ଯୋଗ ଦେଇଥିଲେ । ତେବେ ଓଡ଼ଶାରେ ବିଆରଏସର ନିର୍ବାଚନୀ ରଣନୀତି ଏ ଯାଏ ସ୍ପଷ୍ଟ ହୋଇ ନ ଥିବାରୁ ସେମାନେ କଂଗ୍ରେସକୁ ଫେରିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାଯାଇଛି ।

Comments are closed.