Latest Odisha News

ନକଲି ମଦ ମାମଲାରେ ହୋମିଓପାଥିକ ଡାକ୍ତର ଗିରଫ

ବ୍ରହ୍ମପୁର: ବ୍ରହ୍ମପୁରରେ ନକଲି ମଦ ମାମଲାରେ ହୋମିଓପାଥିକ ଡାକ୍ତର ତଥା ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି।

ସୂଚନାନୁସାରେ, ଗତ ଜାନୁଆରୀ ୭ରେ ବୈଦ୍ୟନାଥପୁର ପୋଲିସ ପକ୍ଷରୁ ମଦ ତିଆରି ୟୁନିଟ୍ ଉପରେ ଚଢ଼ାଉ କରିଥିଲା। ହେଲେ ମୁଖ୍ୟ ଅଭିଯୁକ୍ତ ହରିଶ ଚନ୍ଦ୍ର ସାହୁ ଫେରାର ହୋଇଯାଇଥିଲେ। ଯାହାକୁ ଶନିବାର ଦିନ ଗିରଫ କରାଯାଇଛି।

ଜେରା ବେଳେ ଶ୍ରୀ ସାହୁ ପୋଲିସକୁ କହିଥିଲେ ଯେ ସେ ପ୍ରେମ ନଗରର ଡ. କେ ଗୋପୀ ଏବଂ ସ୍ଥାନୀୟ ଏମଟିଆର ଆପାର୍ଟମେଣ୍ଟ ସିଟି ହାଇସ୍କୁଲ ରୋଡ ସ୍ଥିତ ଡ. ଇ ପ୍ରଦୀପ କୁମାର ପାତ୍ରଙ୍କ ଠାରୁ ସ୍ପିରିଟ କିଣୁଥିଲେ।

Comments are closed.