Latest Odisha News

BREAKING NEWS

ଗାୟକ ହନୀ ସିଂ ଓ ଶାଲିନୀ ଅଲଗା ହେଲେ

ଚଣ୍ଡୀଗଡ: ଲୋକପ୍ରିୟ ଗାୟକ ହରଦେଶ ସିଂ ଓରଫ ହନୀ ସିଂ ଏବଂ ତାଙ୍କ ପତ୍ନୀ ଶାଲିନୀ ତଲୱାର ବିଧିବଦ୍ଧ ଭାବେ ଅଲଗା ହୋଇଛନ୍ତି । ମଙ୍ଗଳବାର ତିସ ହଜରୀ ସ୍ଥିତ ପାରିବାରିକ ନ୍ୟାୟଳୟର ମୂଖ୍ୟ ବିଚାରପତି ପରମଜିତ ସିଂ ସେମାନଙ୍କ ଛାଡପତ୍ରକୁ ମଂଜୁରୀ ପ୍ରଦାନ କରିଛନ୍ତି । ଏଥିସହ ଅଢ଼େଇ ବର୍ଷ ତଳେ ରୁଜୁ କରାଯାଇଥିବା ଏହି ମୋକଦ୍ଦମା ସମାପ୍ତ ହୋଇଛି । ହନୀଙ୍କ ବିପକ୍ଷରେ ଶାଲିନୀ ପାରିବାରିକ ହିଂସାର ଅଭିଯୋଗ ଆଣିଥିଲେ । ଉଭୟ ପାର୍ଟି ପକ୍ଷରୁ ପରେ ବୁଝାମଣା ହେବାରୁ ଶାଲିନୀ ଏହି ଅଭିଯୋଗ ପ୍ରତ୍ୟାହାର କରି ନେଇଥିଲେ । ହନୀଙ୍କୁ ଯେତେବେଳେ ପଚରା ଯାଇଥିଲା ତୁମେ ଏବେ ପତ୍ନୀଙ୍କ ସହିତ ଏକତ୍ର ରହିବାକୁ ଚାହୁଁଛ କି ? ସେ ସ୍ପଷ୍ଟ ଭାବେ ଏହା ସମ୍ଭବପର ନୁହେଁ ବୋଲି କହିଥିଲେ ।

ସ୍କୁଲ ବେଳୁ ଉଭୟ ପରସ୍ପରକୁ ଭଲ ପାଉଥିଲେ । ୨୦୧୧ରେ ଦିଲ୍ଲୀର ଏକ ଗୁରୁଦ୍ୱାରରେ ସେମାନେ ବିବାହ କରିଥିଲେ । ଧିରେ ଧିରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ତିକ୍ତତାରେ ପରିଣତ ହୋଇଥିଲା । ଆନ୍ତର୍ଜାତୀୟ ଟୁରରେ ହନୀ ଅନ୍ୟ ଝିଅଙ୍କ ସହ ସମ୍ପର୍କ ରଖଛନ୍ତି ବୋଲି ମଧ୍ୟ ପତ୍ନୀ ଅଭିଯୋଗ ଆଣିଥିଲେ ।

Leave A Reply

Your email address will not be published.