Latest Odisha News

୧୦ ବଲରେ ଆନ୍ତର୍ଜାତୀୟ ଟି୨୦ ମ୍ୟାଚ ଜିତି ରେକର୍ଡ କଲା ହଂକଂ

ନୂଆଦିଲ୍ଲୀ: ଆଇସିସି ପୁରୁଷ ଟି୨୦ ବିଶ୍ୱକପ ଏସିଆ କ୍ୱାଲିଫାୟର ମୁକାବିଲାରେ ହଂକଂ ଶୋଚନୀୟ ଭାବେ ମଙ୍ଗୋଲିଆକୁ ପରାସ୍ତ କରିଛି । ଏହି ମ୍ୟାଚକୁ ମାତ୍ର ୧୦ଟି ବଲ ଖେଳି ହଂକଂ ଜିତି ଆନ୍ତର୍ଜାତୀୟ ଟି୨୦ କ୍ରିକେଟରେ ରେକର୍ଡ ସୃଷ୍ଟି କରିଛି । ଏହି ମ୍ୟାଚରେ ଭାରତୀୟ ବଂଶୋଦ୍ଭବ ଆୟୂଷ ଶୁକ୍ଲା ମଧ୍ୟ ଇତିହାସ ରଚିଛନ୍ତି । ସେ ୪ ଓଭର ବୋଲିଂ କରି କୌଣସି ରନ ନ ଦେଇ ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି । ତାଙ୍କ ପୂର୍ବରୁ କାନାଡାର ସାଦ ବିନ ଜାଫର ଓ ନ୍ୟୁଜିଲାଣ୍ଡର ଲକୀ ଫର୍ଗୁଶନ ଏହି କୀର୍ତିମାନ ସ୍ଥାପନ କରିଥିଲେ ।

ଜାଫର ୨୦୨୧ରେ ଟି୨୦ ବିଶ୍ୱକପ କ୍ୱାଲିଫାୟର ଆମେରିକା ରିଜନ ମୁକାବିଲାରେ ପାନାମା ବିପକ୍ଷରେ ୪ ଓଭରରେ କୌଣସି ରନ ନ ଦେଇ ୨ଟି ୱିକେଟ ନେଇଥିଲେ । ଲକୀ ଟି୨୦ ବିଶ୍ୱକପ ୨୦୨୪ରେ ପାପୁଆ ନିଉ ଗିନି ବିପକ୍ଷରେ ୪ ଓଭରରେ କୌଣସି ରନ ନ ଦେଇ ୩ଟି ୱିକେଟ ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ମଙ୍ଗୋଲିଆ ଟିମ ୧୪.୨ ଓଭରରେ ୧୭ ରନ କରି ଅଲଆଉଟ ହୋଇ ଯାଇଥିଲା । ଜବାବରେ ହଂକଂ ଟିମ ମାତ୍ର ୧୦ ବଲରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।

Comments are closed.