Latest Odisha News

BREAKING NEWS

ଭାରତରୁ ବିମାନ ଉଡାଣ ଉପରେ ଦୁଇ ସପ୍ତାହ କଟକଣା ଲଗାଇଲା ଏହି ଦେଶ

ହଂକଂ: ଭାରତରେ କରୋନା ସଂକ୍ରମଣ ଦ୍ରୁତ ବ୍ୟାପୁଥିବାରୁ ବିମାନଯାତ୍ରା ଉପରେ କଟକଣା ଲଗାଇଲା ହଂକଂ । ଭାରତରୁ ସମସ୍ତ ବିମାନ ସେବା ଉପରେ ଆସନ୍ତା ଦୁଇ ସପ୍ତାହ ଯାଏ କଟକଣା ଜାରି କରିଛି । ଭାରତ ସମେତ ପାକିସ୍ତାନ ଓ ଫିଲିପାଇନ୍ସରୁ ବିମାନ ସେବା ଉପରେ ମଧ୍ୟ କଟକଣା ଜାରି କରିଛନ୍ତି ହଂକଂ କର୍ତ୍ତୃପକ୍ଷ । ଏସବୁ ଦେଶରୁ ଯାଉଥିବା ଓ ଆସୁଥିବା ବିମାନ ଉପରେ ଅନାଦେଶ ଯାଏ କଟକଣା ବଳବତ୍ତର ରହିବ ।

ଏହି ତିନିଟି ଦେଶରୁ ହଂକଂ ଯାଇଥିବା ଯାତ୍ରୀ କରୋନା ସଂକ୍ରମିତ ହେବା ଓ ସଂକ୍ରମଣ ବୃଦ୍ଧି କାରଣରୁ ଏହି ନିଷ୍ପତ୍ତି ନେଇଛି ହଂକଂ । କୋଭିଡ ସଂକ୍ରମଣ ଦୃଷ୍ଟିରୁ ଭାରତ, ପାକିସ୍ତାନ ଓ ଫିଲିପାଇନ୍ସକୁ ‘ଏକ୍ସଟ୍ରିମଲି ହାଇ ରିସ୍କ’ ବର୍ଗରେ ରଖିଛନ୍ତି ହଂକଂ ସରକାର । ଏବେ ଭାରତରେ ଦୈନିକ ସଂକ୍ରମଣ ଅଢ଼େଇ ଲକ୍ଷ ଟପିଥିବା ବେଳେ ୧୦ଟି ରାଜ୍ୟରେ ସ୍ଥିତି ସାଂଘାତିକ ହେଉଛି ।

Leave A Reply

Your email address will not be published.