Latest Odisha News

BREAKING NEWS

ବିହାରରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ଛୁଇଁଲା ୨୪

ପାଟଣା: ବିହାରର ଛପରାଠାରେ ବିଷାକ୍ତ ମଦ ପିଇ ମୃତ୍ୟୁ ଘଟିଥିବାର ସୂଚନା ରହିଛି।ଏପର୍ଯ୍ୟନ୍ତ ବିଷାକ୍ତ ମଦ ପିଇ ୨୪ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାରମ୍ଭରେ ମୃତକଙ୍କ ସଂଖ୍ୟା ୬ ଥିଲା, ଯାହା ବର୍ତ୍ତମାନ ଦୁଇ ଡଜନକୁ ବୃଦ୍ଧି ପାଇଛି। ଏହି ମାମଲା ଛାପରା ସରାନର ଇସୁପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି। ବିହାରରେ ମଦ ନିଷେଧ ଅଛି, ଯେଉଁଠାରେ ମଦ କିଣିବା ଏବଂ ବିକ୍ରି ଏବଂ ବ୍ୟବହାର ବେଆଇନ। ହେଲେ ଏଠାରେ ବିଷାକ୍ତ ମଦ ମୃତ୍ୟୁ ଖବର ଆସିବା ପରେ ବିରୋଧୀ ସରକାରକୁ ଘେରିଛନ୍ତି।

ମୃତକଙ୍କ ମଧ୍ୟରେ ମଦ ଯୋଗାଣକାରୀ ରାମଜୀ ସାହା ମଧ୍ୟ ଅଛନ୍ତି। ଏହା ବ୍ୟତୀତ ନୁର ହାସନ ଅନସାରୀ ଏବଂ ଅନ୍ୟ ଦୁଇଜଣଙ୍କୁ ପାଟନାକୁ ରେଫର୍ କରାଯାଇଥିଲା, ସେମାନେ ରାସ୍ତାରେ ମୃତ୍ୟୁ ବରଣ କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି। ଗାଁରେ ଚିକିତ୍ସା କ୍ୟାମ୍ପ ଖୋଲି ଅସୁସ୍ଥଙ୍କ ଚିକିତ୍ସା କରାଯାଉଛି। ଗୁରୁତରଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଉଛି। ପୋଲିସର ସୂଚନାନୁସାରେ, ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କର ଶବ ବ୍ୟବଚ୍ଛେଦ କରାଯିବ। ଏହାଦ୍ୱାରା ମୃତ୍ୟୁର କାରଣ ସମ୍ପର୍କରେ ସୂଚନା ମିଳିପାରିବ। ତେବେ ବିଷାକ୍ତ ମଦର ଉତ୍ପତ୍ତି ସ୍ଥଳ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Comments are closed.