Latest Odisha News

ଆମେରିକାରେ ୬ଭାରତୀୟ ବଂଶୋଦ୍ଭବଙ୍କ ମୃତ୍ୟୁ, ସମସ୍ତେ ଗୋଟିଏ ପରିବାରର

ହ୍ୟୁଷ୍ଟନ୍: ଆମେରିକାର ଟେକ୍ସାସରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ଭାରତୀୟ ବଂଶୋଦ୍ଭବ । ମୃତକଙ୍କ ମଧ୍ୟରେ ଅଛନ୍ତି ଦୁଇ ଶିଶୁ ।

ଟେକ୍ସାସ୍ ପବ୍ଲିକ୍ ସେଫ୍ଟି ବିଭାଗ (ଡିପିଏସ୍) ଅନୁଯାୟୀ ଫୋର୍ଟ ୱର୍ଥ ନିକଟରେ ଏକ ମିନିଭ୍ୟାନ ଏବଂ ପିକଅପ୍ ମୁହାଁମୁହିଁ ଧକ୍କା ହୋଇଥିଲା। ମିନିଭ୍ୟାନରେ ଗୋଟିଏ ପରିବାରର ୭ଜଣ ସଦସ୍ୟ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବା ଜଣାପଡିଛି ।

ଭ୍ୟାନର ଡ୍ରାଇଭର ରୁଶିଲ ବରୀଙ୍କର ମୃତଦେହ ଡିପିଏସ୍ ଚିହ୍ନଟ କରିଛି । ଅନ୍ୟ ମୃତକମାନେ ହେଲେ, ଜର୍ଜିଆର ଆଲଫାରେଟା ସହରର ନାଭିନା ପୋଟାବାଥୁଲା, ନାଗେଶ୍ୱରା ରାଓ ପୋନାଡ, ସେଥାମହାଲକ୍ଷ୍ମୀ ପୋନାଡା, କ୍ରିଥିକ୍ ପୋଟାବାଥୁଲା ଏବଂ ନିଶିଦା ପୋଟାବାଥୁଲା । କନସୁଲେଟ୍ ଜେନେରାଲ୍ କହିଛନ୍ତି ଯେ ସେମାନେ ଝିଅ ନଭିନା ଏବଂ ନାତି କାର୍ତ୍ତିକ ଏବଂ ନିଶିତାଙ୍କୁ ଦେଖା କରିବାକୁ ଭାରତରୁ ଯାଇଥିଲେ । ଭ୍ଯାନରେ ଥିବା ଲୋକେଶ ପୋଟାବାଥୁଲାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Comments are closed.