ଡେରାଡୁନ: ଉତରାଖଣ୍ଡର ଦୁର୍ଗମ ଅଂଚଳରେ ଏବେ ବି ସମସ୍ତ ସୁବିଧା ସୁଯୋଗ ପଂହଚିପାରି ନାହିଁ । ପାହାଡିଆ ଅଂଚଳରେ ଛାତ୍ରଛାତ୍ରୀମାନେ ସ୍କୁଲ ଯିବା ଏବଂ ପାଠ ପଢ଼ିବା ପାଇଁ ଅନେକ ପରିଶ୍ରମ କରୁଛନ୍ତି । ଏହା ଦେଖି ସ୍ଥାନୀୟ ବାସିନ୍ଦା ଏକ ଅଭିନବ ଉପାୟ ବାହାର କରିଛନ୍ତି । ସେମାନେ ଘୋଡା ଲାଇବ୍ରେରୀ କରି ପିଲାମାନଙ୍କ ନିକଟରେ ବହି ପଂହଚାଇବା ବ୍ୟବସ୍ଥା କରିଛନ୍ତି । ଏହା ଦ୍ୱାରା ଅନେକ ଛାତ୍ର ଉପକୃତ ହୋଇ ପାରୁଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦୦ରୁ ଅଧିକ ସିନିୟର ଛାତ୍ରଙ୍କ ନିକଟରୁ ପଢ଼ା ବହି ଯୋଗାଡ କରାଯାଇଥିଲା । ଯେଉଁ ସ୍ଥାନରେ ପିଲାମାନେ ବହି ପାଉ ନ ଥିଲେ ସେଠାକୁ ଘୋଡା ମାଧ୍ୟମରେ ପୁସ୍ତକ ପଠା ଯାଉଛି ।
ତଲ୍ଲାଜଲନା, ମଲ୍ଲାଜଲାନା, ମଲ୍ଲାବାଧନୀ, ସଲବା, ବାନ୍ଧନୀ, ଜଲାନା, ମହଲଧୂରା, ଢ଼ିନବାଖରଖ ଓ ବଦନାଧୁରା ଗ୍ରାମର ଲୋକମାନେ ଏବେ ଘୋଡା ପାଇଁ ଖର୍ଚ୍ଚ ଓ ଖାଦ୍ୟ ଯୋଗାଇବା ବ୍ୟବସ୍ଥା କରାଇଛନ୍ତି । ଏହାର ପ୍ରଭାବ ଅନ୍ୟ ଗ୍ରାମଗୁଡିକ ଉପରେ ମଧ୍ୟ ପଡିବାରେ ଲାଗିଛି । ବିଭିନ୍ନ ସାମାଜିକ ଅନୁଷ୍ଠାନ ପିଲାମାନଙ୍କ ପୁସ୍ତକ ପଠାଇବା ବ୍ୟବସ୍ଥା କରିବାରେ ଲାଗିଛନ୍ତି । ଯାହାକି ଛାତ୍ରଛାତ୍ରୀମାନଙ୍କୁ ଭଲ ପାଠ ପଢ଼ିବାରେ ସହାୟ ହେଉଛି ।
Comments are closed.