Latest Odisha News

BREAKING NEWS

ପୁଣି କଲବଲ କଲା ତାତି; ସକାଳୁ ସକାଳୁ ୪୦ ଡେଇଁଲା ତାପମାତ୍ରା

ଭୁବନେଶ୍ୱର:ଦୁଇ ଦିନ ତାତିରୁ ସାମାନ୍ୟ ଆଶ୍ୱସ୍ତି ପରେ ପୁଣି ବଢିଲା ତାପମାତ୍ରା । ଆଜି ସକାଳୁ ସକାଳୁ ଅସହ୍ୟ ହୋଇଛି ଖରା ଆଉ ଗରମ  । ସକାଳ ସାଢେ ୮ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୨.୪ ଡିଗ୍ରୀ ଥିବାବେଳେ ଆଦ୍ରତା ୬୮ ପ୍ରତିଶତ ରହିଛି । ଫଳରେ ସକାଳୁ ସକାଳୁ ଗରମ ଓ ଗୁଳୁଗୁଳି ଅସହ୍ୟ ହୋଇଥିଲା ।

ଦିନ ବଢିବା ସହ ତାତି ବି ବଢିଥିଲା । ଆଜି ଦିନ ୧୧ ଟା ୩୦ ସୁଦ୍ଧା  ତାପମାତ୍ରା ଅନେକ ସ୍ଥାନରେ ୪୦ ଉପରେ ଥିଲା । ଝାରସୁଗୁଡାରେ ସର୍ବାଧିକ  ତାପମାତ୍ରା ୪୨.୨ ଡ଼ିଗ୍ରୀ ଥିବାବେଳେ  ହୀରାକୁଦରେ ୪୧.୪  , ସମ୍ବଲପୁରରେ ୪୧.୨,  ଭୁବନେଶ୍ୱରରେ  ୪୧,  ବାଲେଶ୍ୱରରେ ୩୮.୨,  କେଉଁଝରରେ ୩୮,  ଚାନ୍ଦବାଲି:୩୭.୮,  ପୁରୀରେ ୩୫,  ଗୋପାଳପୁରର; ୩୪.୪ ଏବଂ ପାରାଦୀପରେ ୩୨.୮ ଡ଼ିଗ୍ରୀ ତାପମାତ୍ରା ଥିଲା ।

ଆଜି ଦିନ ୧୧ ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ଆଦ୍ରତା ୪୫% ରେକର୍ଡ କରାଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଗତ ଦୁଇଦିନ ତୁଳନାରେ ରାଜ୍ୟକୁ ପ୍ରବାହିତ ହେଉଥିବା ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ଅଧିକ ସକ୍ରିୟ ଥିବାରୁ ଉପକୂଳ ଓଡ଼ିଶାରେ ଆଜି ତାପମାତ୍ରା ଦୃଷ୍ଟନ୍ତ ମୂଳକ ବୃଦ୍ଧି ସମ୍ଭାବନା ରହିିଛି । ତେଣୁ ବାହାରକୁ ବାହାରୁଥିଲେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ବାହାରିବା ପାଇଁ ଚେତାବନୀ ଦେଇଛି ପାଣିପାଗ ବିଭାଗ ।

ତାପମାତ୍ରାକୁ ଦେଇ ପାଣିପାଗ ବିଭାଗ ପକ୍ଷରୁ ବଲାଙ୍ଗିର, ସୋନପୁର, ବୌଦ୍ଧ, ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ନୂଆପଡା ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ସିଭିୟର ହିଟ ୱେଭ ନେଇ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି ।

 

Comments are closed.