Latest Odisha News

ସିସିଟିଭି କ୍ୟାମେରାରେ ଧରାପଡ଼ିଲା ଓଲିଉଡ୍ ଡାଇରେକ୍ଟରଙ୍କ ଦାଦାଗିରି !

ଭୁବନେଶ୍ୱର: ଓଲିଉଡ୍ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ପିଛା ଛାଡୁନାହିଁ ବିବାଦ । ରାଜଧାନୀର ଏକ ହୋଟେଲ କର୍ମଚାରୀଙ୍କ ସହିତ ମାଡ଼ଗୋଳ କରିବାର ଏକ ଭିଡ଼ିଓ କ୍ଲିପ ଏବେ ଭାଇରାଲ୍ ହେବାରେ ଲାଗିଛି । ସିସିଟିଭିରେ ଏହି ଦୃଶ୍ୟ ରହିଥିବା ବେଳେ ତାଙ୍କ ବିରୋଧରେ ମଧ୍ୟ ହୋଟେଲ୍ ପକ୍ଷରୁ ଅଭିଯୋଗ କରାଯାଇଛି ।

ମିଳିଥିବା ସୂଚନାନୁଯାୟୀ, ସୋମବାର ରାତି ପ୍ରାୟ ୧୦ଟା ୩୦ ସମୟରେ ଦିଲ୍ଲୀପ ତାଙ୍କର ୪ ଜଣ ସହଯୋଗୀଙ୍କ ସହିତ ଫେସବୁକ ନାମକ ଏକ ରେଷ୍ଟୁରାଣ୍ଟକୁ ଖାଇବାକୁ ମହେଶ୍ୱର ମହାନ୍ତି ନାମକ ଜଣେ କର୍ମଚାରୀଙ୍କୁ ଅର୍ଡ଼ର୍ କରିଥିଲେ । ରାତି ଅଧିକ ହୋଇଥିବାରୁ ହୋଟେଲ୍ କର୍ମଚାରୀ ଜଣକ ଅର୍ଡ଼ର ନେବାକୁ ମନା କରିଦେଇଥିଲେ । ମାତ୍ର ଦିଲ୍ଲୀପ ଓଲିଉଡ଼ର ଜଣେ ପ୍ରସିଦ୍ଧ ନିର୍ଦ୍ଦେଶକ ଭାବେ ପରିଚୟ ଦେଇ ଖାଇବା ତିଆରି କରିବାକୁ ଜବରଦସ୍ତି କରିଥିଲେ ବୋଲି ମହେଶ୍ୱର ଅଭିଯୋଗ କରିଛନ୍ତି । ଏପରିକି ସେଠାରେ ଥିବା ଏକ ପରିବା କଟା ଛୁରୀ ଧରି ମଧ୍ୟ ହୋଟେଲ୍ କର୍ମଚାରୀଙ୍କୁ ଧମକ ଚମକ ଦେଇଥିବାର ସିସିଟିଭିରେ କଏଦ ହୋଇଛି ।

ରାଜଧାନୀର ୟୁନିଟ ୧୧ରେ ଥିବା ଏହି ଫେସବୁକ ହୋଟେଲର ମାଲିକ ସିତାଂଶୁ ମିଶ୍ର ଏନେଇ କମିଶନରେଟ ପୋଲିସକୁ ମଧ୍ୟ ଟ୍ୱିଟ୍ କରି ଅଭିଯୋଗ କରିଛନ୍ତି । ଦିଲ୍ଲୀପଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିତାଂଶୁ ମଧ୍ୟ ପୋଲିସକୁ ଅନୁରୋଧ କରିଛନ୍ତି ।

ଏହିପରି ବିବାଦୀୟ ଘଟଣା ଓଲିଉଡ୍ ନିର୍ଦ୍ଦେଶକ ଦିଲ୍ଲୀପଙ୍କ ଲାଗି ଏହା ପ୍ରଥମ ନୁହେଁ । ୨୦୧୮ରେ ‘ତୁ ମୋ ସୁନା ଚଢେଇ’ ନାମକ ଏକ ଓଡ଼ିଆ ଚଳଚ୍ଚିତ୍ରର ଅଡ଼ିଓ ରିଲିଜ୍ ସମୟରେ ଲିଡ୍ ଆକ୍ଟ୍ରେସ ଏଲସା ଘୋଷ ମଧ୍ୟ ମାନସିକ ନିର୍ଯାତନା ଦିଆଯାଇଥିବା ନେଇ ଦିଲ୍ଲୀପଙ୍କ ବିରୋଧରେ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.