Latest Odisha News

ହୋଟେଲ ମାଲିକ ହତ୍ୟା ମାମଲାରେ ଆଉ ଜଣେ ଗିରଫ

ରାଉରକେଲା : ହୋଟେଲ ମାଲିକ ସଜ୍ଜନ ମିତ୍ତଲ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ହତ୍ୟା ଘଟଣାର ଷଡ଼ଯନ୍ତ୍ରକାରୀ ପ୍ରେମ ମୋଦି ଓ ପ୍ରେମ ଅଗ୍ରଓ୍ବାଲକୁ ଗିରଫ କରିଛି ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ । ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ରଜତ ବିଶ୍ବକର୍ମା ଫେରାର ଅଛି ।

ହତ୍ୟା ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ଗତ ୧୦ ତାରିଖ ଦିନ ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ଗାନ୍ଧିରୋଡର ରଜତ ବିଶ୍ବକର୍ମା, ହୋଟେଲ ଡିଲକ୍ସ ଲେନ୍‌ର ଦିଲୀପ କୁମାର ଶର୍ମା, କୋଏଲ ନଗରର ରାଜେଶ ସିଂହ, ବେଦବ୍ୟାସ ବିଶ୍ବକର୍ମା ବିହାରର ଅମନ ପ୍ରସାଦ, ଉଦିତନଗରର ନିଲ୍‌ ପଲ୍ । ହତ୍ୟା ଘଟଣାରେ ବ୍ୟବହୃତ ଦେଶୀ ବନ୍ଧୁକ, ଚୋରା ପଲ୍‌ସର, ଦେଶୀ ବନ୍ଧୁକ ଜବତ ହୋଇଥିଲା ।

ଗତ ଫେବ୍ରୁଆରି ୯ ତାରିଖରେ ସ୍କୁଟିରେ ଘର ନିକଟରେ ପହଞ୍ଚିଥିଲେ ସଜ୍ଜନ ମିତ୍ତଲ । ଗେଟ୍ ଖୋଲି ସ୍କୁଟି ସହ ଭିତରକୁ ପଶୁଥିବା ବେଳେ ହଠାତ୍ ଦୁଇ ଜଣ ଦୁର୍ବୃତ୍ତ ବାଇକରୁ ଓହ୍ଲାଇ ସଜ୍ଜନଙ୍କୁ ଲୁହା ରଡରେ ଆକ୍ରମଣ କରି ଚମ୍ପଟ ମାରିଥିଲେ । ପରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ସଜ୍ଜନଙ୍କୁ ଆଇଜିଏଚରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

Comments are closed.