Latest Odisha News

BREAKING NEWS

୧୦ ଟଙ୍କାରେ ବିରିୟାନୀ ବିକି ହୋଟେଲ ମାଲିକ ଗିରଫ !

ତାମିଲନାଡୁ: ମହଙ୍ଗା ପଡିଛି ଶସ୍ତାରେ ବିରିଆନୀ ବିକ୍ରୟ । ସାରା ଦେଶରେ ବିରିଆନୀର ଏକ ଭିନ୍ନ ଚାହିଦା ଥିବାବେଳେ ଖାସ କରି ତାମିଲନାଡୁର ଲୋକେ ଏହି ବ୍ୟଂଜନ ପାଇଁ ପାଗଳ ପ୍ରାୟ । ଲୋକଙ୍କୁ ଆକୃଷ୍ଟ କରିବାକୁ ଯାଇ ଜଣେ ହୋଟେଲ ମାଲିକ ମାତ୍ର ୧୦ ଟଙ୍କାରେ ପ୍ଲେଟ୍ ପିଛା ବିରିଆନୀ ବିକି ପୋଲିସ ହାତରେ ଗିରଫ ହୋଇଛନ୍ତି ।

ଗିରଫ ହୋଇଥିବା ବ୍ୟକ୍ତିଙ୍କ ପରିଚୟ ଜାହିର ହୁସୈନ ବୋଲି ଜଣାପଡିଛି । ହୋଟେଲ ବାହାରେ ଅତ୍ୟଧିକ ଭିଡ ଜମିବାରୁ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଂଚିଥିଲା । ରବିବାର ଜାହିର ନିଜ ହୋଟେଲ ବାହାରେ ଏକ ବିଜ୍ଞପ୍ତି ଲେଖିଥିଲେ । ଯେଉଁଥିରେ ବିରିଆନୀ ପ୍ଲେଟ୍ ମାତ୍ର ୧୦ଟଙ୍କା ଓ ତାହା କେବଳ ଦିନ ୨ ଘଣ୍ଟା ପାଇଁ ଉପଲବ୍‌ଧ ବୋଲି ଲେଖା ହୋଇଥିଲା ।

ବିଜ୍ଞାପନ ଦେଖି ହୋଟେଲ ସାମ୍ନାରେ ଲୋକଙ୍କର ପ୍ରବଳ ଭିଡ ଜମିଥିଲା । ତା ଛଡା ରାସ୍ତାରେ ଟ୍ରାଫିକ୍ ଜାମ ମଧ୍ୟ ହୋଇଥିଲା । ମିଳିଥିବା ଖବର ଅନୁଯାୟୀ ରବିବାର ଦିନ ୨୫୦୦ ବିରିଆନୀ ପ୍ଲେଟ୍ ବିକିବାରେ ଜାହିର ସମର୍ଥ ହୋଇଥିଲେ ।

ତେବେ କରୋନା କଟକଣା ମଧ୍ୟରେ ସାମାଜିକ ଦୂରତ୍ୱ ଅବଲମ୍ବନରେ ବ୍ୟାଘାତ ସୃଷ୍ଟି କରିବା ଅଭିଯୋଗରେ ପୋଲିସ ଜାହିରଙ୍କୁ ଗିରଫ କରିଥିଲା । ଆଇପିସି ଧାରା ୧୮୮, ୨୬୯ ଓ ୨୭୮ ଅଧିନରେ ଜାହିରଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.