Latest Odisha News

ବିଦ୍ୟୁତ ସର୍ଟସର୍କିଟରୁ ଜଳିଗଲା ଦୁଇ ବଖରା ଘର

କାମାକ୍ଷାନଗର: ବିଦ୍ୟୁତ ସର୍ଟ ସର୍କିଟରୁ ଜଳିଗଲା ଦୁଇ ବଖରା ଘର । ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଖଇରପଶି ଗାଁରେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଦୁଇ ବଖରା ଘର ଭସ୍ମୀଭୂତ ହୋଇଯାଇଛି । ଏଥିରେ ବାପ, ପୁଅ ଗୁରୁତର ହୋଇଥିଲେ । ଗୁରୁତରମାନେ ହେଲେ ଖଇରପଶି ହରିଜନ ସାହିର ଚତୁର୍ଭୁଜ ନାୟକ ଓ ପୁଅ ରାଜେଶ ନାୟକ ।

ଉଭୟ ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେଁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଦୁହେଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଅଗ୍ନିକାଣ୍ଡ ଯୋଗୁଁ ଘରର ଆସବାବପତ୍ର, ଧାନ ଓ ଚାଉଳ ସହ ଆବଶ୍ୟକ କାଗଜ ପତ୍ର ଜଳିପୋଡ଼ି ନଷ୍ଟ ହୋଇଯାଇଛି । ପରଜଙ୍ଗ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Comments are closed.