Latest Odisha News

BREAKING NEWS

ଧାନ କିଣା ପ୍ରସଙ୍ଗରେ କାଲି ଗୃହରେ ଉତ୍ତର ରଖିବେ ମନ୍ତ୍ରୀ

ଭୁବନେଶ୍ବର : ବାରମ୍ବାର ମୁଲତବି ମଧ୍ୟରେ ଚାଲିଥିବା ବିଧାନସଭା ଏକ ରକମ ଶାନ୍ତ ପଡ଼ିଛି । ସର୍ବଦଳୀୟ ବୈଠକ ପରେ ଆସନ୍ତାକାଲି ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି । ଏଥିସହ ଆସନ୍ତାକାଲି ଧାନ କିଣା ପ୍ରସଙ୍ଗରେ ଗୃହରେ ଉତ୍ତର ରଖିବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ମଣ୍ଡିରେ ଧାନ କିଣା ସ୍ଥିତି ନେଇ ଗୃହକୁ ଅବଗତ କରବେ ମନ୍ତ୍ରୀ ।

ଅନ୍ୟପଟେ ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିରୋଧରେ ବିଜେଡି ଆଣିଥିବା ଗୃହରେ ଉପସ୍ଥାପିତ ହେବ ନାହିଁ । ଏହି ପ୍ରସଙ୍ଗ ସ୍ବାଧିକାର କମିଟିକୁ ପଠାଯିବ । ଏହି କମିଟି ସୁବାସ ପାଣିଗ୍ରାହୀଙ୍କ ପ୍ରସଙ୍ଗ ବିଚାର କରିବା ପରେ ବାଚସ୍ପତିଙ୍କୁ ଜଣାଇବେ ମତାମତ । ଲଗାତର ୬ ଦିନ ଧରି ବିଧାନସଭା ଅଚଳ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ବିରୋଧୀ ବିଜେପି ବିଧାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସଫଳ ହୋଇଥିବା କହିଛି ବିଜେପି । ତେବେ ଏସବୁ ଭିତରେ ମଣ୍ଡିରୁ ଧାନ ଉଠିବା ପ୍ରସଙ୍ଗରେ ଆସନ୍ତାକାଲି ଗୃହରେ ଉତ୍ତର ରଖିବେ ଯୋଗାଣ ମନ୍ତ୍ରୀ ।

Leave A Reply

Your email address will not be published.