ରାୟଗଡ଼ା: ଜିଆଇ ଟ୍ୟାଗ୍ ମାନ୍ୟତା ଦୌଡରେ ଡଙ୍ଗରିଆ ଜନଜାତିଙ୍କ ବାନ୍ଧକଳା କପଡାଗୁନ୍ଦା। ନିୟମଗିରିର ବିରଳ ଜନଜାତିଙ୍କ ପ୍ରଥା ଆଉ ପରମ୍ପରାରେ ଜଡିତ କାପଡାଗୁନ୍ଦା ଚିତ୍ରକଳା ଡଙ୍ଗରିଆଙ୍କ ଘର କାନ୍ଥରେ ସ୍ଥାନ ପାଇଛି। ବିଷମ କଟକ ବ୍ଲକ ଅଧୀନରେ ଥିବା ନିୟମଗିରିର କୁର୍ଲୀ ପଞ୍ଚାୟତର ୭ଟି ଗାଁର ପ୍ରାୟ ୩୫୦ ଟି ଘର କାନ୍ଥରେ ଝଟକୁଛି ଡଙ୍ଗରିଆ ଜନଜାତିଙ୍କ ବାନ୍ଧକଳା କାପଡାଗୁନ୍ଦା। ଯାହା ଗାଁର ସୁନ୍ଦରତାକୁ ଦ୍ୱିଗୁଣିତ କରିଛି।
ରାୟଗଡା ଜିଲ୍ଲାରେ ବାସବାସ କରୁଥିବା ଆଦିମ ଜନଜାତିଙ୍କ ନିୟମରଜା, ଧରଣୀ ପେନୁ ନିକଟରେ ଅଙ୍କା ଯାଇଥିବା ଚିତ୍ର ଏବେ ସେମାନଙ୍କ କାନ୍ଥରେ ସ୍ଥାନ ପାଇଛି। ବିରଳ ଜନଜାତିଙ୍କ କଳା ସଂସ୍କୃତିର ସୁରକ୍ଷା ପାଇଁ ରାଜ୍ୟରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଏହି ପ୍ରୟାସ ଆରମ୍ଭ ହୋଇଛି। ରାଜ୍ୟ ସରକାର ଅଦିବାସୀମାନଙ୍କ କଳା ସଂସ୍କୃତିର ସୁରକ୍ଷା ପାଇଁ ରାଜ୍ୟରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ବିରଳ ଜନଜାତିର କଳା ସଂସ୍କୃତିର ସୁରକ୍ଷା କରିବା ଏହି ପରିଷଦର ମୂଳ ଉଦ୍ଦେଶ୍ୟ ରହିଛି। ରାୟଗଡା ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଏ ନେଇ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି।
ବିଷମ କଟକ ବ୍ଳକ ଅଧୀନରେ ରହିଥିବା ନିୟମଗିରିର କୁର୍ଲି ପଞ୍ଚାୟତର ଖମ୍ବେସି ଗ୍ରାମର ୧୨୦, ଖଜୂରୀ ଗ୍ରାମରେ ୯୦, କାଡ୍ରାଗୁମା ଗ୍ରାମରେ ୪୫, କୁଡଭେଲିପଦର ଗ୍ରାମରେ ୧୧, କୁର୍ଲୀ ଗ୍ରାମରେ ୩୬, ଆରସକାନି ଗ୍ରାମରେ ୧୩ ଏବଂ ପାତଲମ୍ବା ଗ୍ରାମର ୨୫ଟି ଘର କାନ୍ଥରେ ସମୁଦାୟ ୩୫୦ ଜନଜାତିଙ୍କ ଘର କାନ୍ଥରେ କାପଡାଗୁନ୍ଦା ସାଲରେ ବୁଣାଯାଇଥିବା ଚିତ୍ର ଅଙ୍କା ଯାଇଛି। ନିୟମଗିରିରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧ ସେମାନଙ୍କ ଇଷ୍ଟ ଦେବତା ନିୟମରଜା, ଧରଣୀ ପେନୁଙ୍କୁ ସନ୍ତୁଷ୍ଟ କରିବା ସେମାନଙ୍କ ପର୍ବ ପର୍ବାଣୀରେ ଅଙ୍କା ଯାଇଥିବା ଚିତ୍ର ସେମାନେ କାପଡା ଗୁନ୍ଧା ସାଲରେ ବୁଣି ଥାନ୍ତି।
ଜନଜାତିଙ୍କ କଳା ସଂସ୍କୃତିର ଚିତ୍ର ସାରା ଦେଶ ବିଦେଶରେ ପ୍ରସିଦ୍ଧ ଲାଭ କରିଥିବା ସହ ସରକାରଙ୍କ ଜିଆଇ ଟ୍ୟାଗ୍ ମାନ୍ୟତା ଦୌଡରେ ମଧ୍ୟ ରହିଛି। ବର୍ତ୍ତମାନ ଏହି ଗାଁମାନଙ୍କ ଘର କାନ୍ଥରେ ମଧ୍ୟ ଏହି କଳା ସଂସ୍କୃତିର ଚିତ୍ର ଏବେ ଶୋଭା ପାଉଛି। ରଙ୍ଗ-ବେରଙ୍ଗର କାଳିରେ ଅଙ୍କାଯାଇଥିବା ଚିତ୍ର ଗାଁର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେଉଛି। ଏହି ଚିତ୍ରକଳା କାର୍ଯ୍ୟ ଯୁଦ୍ଧ କାଳିନ ଭିତ୍ତିରେ ଗାଁ ଗାଁରେ ଚାଲିଥିବା ବେଳେ ନିୟମଗିରି ଅଞ୍ଚଳର ଡଙ୍ଗରିଆ ପୁରୁଷ ମହିଳାମାନେ ଖୁସିବ୍ୟକ୍ତି କରୁଛନ୍ତି। ବିରଳ ଜନଜାତିଙ୍କ ପ୍ରଥା ଆଉ ପାରମ୍ପରାରେ ଜଡିତ କପଡାଗୁନ୍ଦା ଚିତ୍ର ଆଙ୍କିବା କଷ୍ଟକର ହୋଇଥିବାରୁ ଡଙ୍ଗରିଆଙ୍କ ପରାମର୍ଶ ନେଇ ଚିତ୍ରକାର ମାନେ ଏହି ଚିତ୍ର ଆଙ୍କୁଥିବା କହିଛନ୍ତି।
ନିୟମଗିରି ପାହାଡ଼ରେ ବସବାସ କରୁଥିବା ଆଦିମ ଜନଜାତି ତଥା ଡଙ୍ଗରିଆ କନ୍ଧମାନଙ୍କ ସଂସ୍କୃତିକୁ ଉଦଜିବିତ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ରାୟଗଡା ଜିଲ୍ଲାର ବିଷମ କଟକ, କଲ୍ୟାଣସିଂଗପୁର ଏବଂ ଗୁଣପୁର ବ୍ଲକରେ ବସବାସ କରୁଥିବା ବିରଳ ଜନଜାତିଙ୍କ ୧୦୦୦ଟି ଘରେ ପାରମ୍ପରିକ ଚିତ୍ରକଳା ସେମାନଙ୍କ କାନ୍ଥରେ ଅଙ୍କାଯାଉଛି। ରାୟଗଡା ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଏଭଳି ଅଭିନବ ପ୍ରୟାସ ଆରମ୍ଭ କରାଯାଇଥିବା ନେଇ ଡଙ୍ଗରିଆ କନ୍ଧ ସ୍ଵତନ୍ତ୍ର ଅଧିକରୀ କହିଛନ୍ତି।
Comments are closed.